ଶ୍ରୀନଗର: ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାସ୍ଥିତ କର୍ନାହ ଅନ୍ତର୍ଗତ ଲୋନ୍ଥା ଗ୍ରାମରେ ବିଦ୍ୟୁତ୍ ଆଘାତରେ ଏକ ଚିତାବାଘର ମୃତ୍ୟୁ ଘଟିଛି । ସୂଚନା ଦେଇଛନ୍ତି ଜିଲ୍ଲା ଅଧିକାରୀ ।
ସୂଚନା ଅନୁସାରେ ଶନିବାର ରାତିରେ ଏହି ଅଞ୍ଚଳରେ ଖଞ୍ଜା ଯାଇଥିବା ଏକ ବୈଦ୍ୟୁତିକ ଟ୍ରାନ୍ସଫର୍ମର ଦେଇ ଏକ ଚିତା ବାଘ ଗତି କଲାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ତାର ମୃତ୍ୟୁ ଘଟିଛି ।
ସେପଟେ ଏନେଇ ସ୍ଥାନୀୟ ଲୋକେ କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ଉତ୍ତର କାଶ୍ମୀରରେ ବିଦ୍ୟୁତ୍ ଆଘାତରେ ଅନେକଙ୍କ ମୃତ୍ୟୁ ହୋଇଛି । ଏହାକୁ ରୋକିବାରେ ସମ୍ପୃକ୍ତ ବିଭାଗ ବିଫଳ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ