ନୂଆଦିଲ୍ଲୀ: ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍ ପାସ ହେବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ଜାହିର କରିଛନ୍ତି । ଭାରତ ପାଇଁ ଐତିହାସିକ ଦିନ ବୋଲି ମୋଦି ଟ୍ବିଟ କରିଛନ୍ତି । ଅନ୍ୟପକ୍ଷେ ବିଲ୍ ସପକ୍ଷରେ ଭୋଟ କରିଥିବା ସମସ୍ତ ସାଂସଦଙ୍କୁ ମୋଦି ଧନ୍ୟବାଦ ଜଣାଇଛନ୍ତି । ଅନେକ ବର୍ଷରୁ ପ୍ରତାଡନାର ସାମ୍ନା କରୁଥିବା ଲୋକଙ୍କ ନାଗରିକତା ସଂଶୋଧନ ବିଲ କଷ୍ଟ ଦୂର କରିବ ବୋଲି ମୋଦି ପ୍ରତିକ୍ରିୟା ଦେଇଛନ୍ତି ।
ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍ ସପକ୍ଷରେ 125 ଭୋଟ ପଡିଥିବା ବେଳେ ବିପକ୍ଷରେ 105ଟି ଭୋଟ ପଡିଛି । ସୋମବାର ଲୋକସଭାରେ ପାସ ହୋଇଥିଲା ନାଗରିକତା ସଂଶୋଧନ ବିଲ୍ ।