ETV Bharat / bharat

ନୀତିନଙ୍କ ନ୍ୟୁ କନସେପ୍ଟ, ପ୍ଲାଷ୍ଟିକ ବୋତଲରେ ନିର୍ମାଣ ହୋଇଛି ଘର

ପ୍ଲାଷ୍ଟିକ ବୋତଲରେ ନିର୍ମାଣ ହୋଇଛି ଘର । ଇଟା, ପଥର ଭଳି ପ୍ଲାଷ୍ଟିକ ବୋତଲରୁ ନିର୍ମାଣ ହୋଇପାରୁଛି ଘର । ମହାରାଷ୍ଟ୍ରର ଜଣେ ଯୁବକ ବୋତଲରୁ ଘର ତିଆରି କରିଛନ୍ତି । ପଢନ୍ତୁ ଆମର ସ୍ବତନ୍ତ୍ର ରିପୋର୍ଟ...

fight against plastic
ନୀତିନଙ୍କ ନ୍ୟୁ କନସେପ୍ଟ, ପ୍ଲାଷ୍ଟିକ ବୋତଲରେ ନିର୍ମାଣ ହୋଇଛି ଘର
author img

By

Published : Dec 22, 2019, 8:02 AM IST

Updated : Dec 22, 2019, 8:44 AM IST

ମୁମ୍ବାଇ: ପ୍ଲାଷ୍ଟିକ ବୋତଲରୁ ସ୍ବପ୍ନର ଘର । ସିମେଣ୍ଟ ଇଟାରେ ଘର ତିଆରି ହେବା ସାଧାରଣ କଥା । ହେଲେ ଭାବିଲେ ଘର ତିଆରି ହେବ ସେପୁଣି ଅଦରକାରୀ ପ୍ଲାଷ୍ଟିକ ବୋତଲରୁ । ହଁ ଆଜ୍ଞା, ପ୍ଲାଷ୍ଟିକ ବୋତଲରୁ ଘର ନିର୍ମାଣ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ମହାରାଷ୍ଟ୍ର ଅମରାବତୀର ଜଣେ ଯୁବକ । ସେ ଘର ତିଆରି କରିଛନ୍ତି ଏକକ ବ୍ୟବହୃତ ପ୍ଲାଷ୍ଟିକ ବୋତଲରୁ । ଯାହା କି ପରିବେଶ ଉପଯୋଗୀ ।

ନୀତିନଙ୍କ ନ୍ୟୁ କନସେପ୍ଟ, ପ୍ଲାଷ୍ଟିକ ବୋତଲରେ ନିର୍ମାଣ ହୋଇଛି ଘର

ପ୍ଲାଷ୍ଟିକ ବୋତଲରୁ ନୂଆ ସମ୍ଭାବନା । ଅଦରକାରୀ ପ୍ଲାଷ୍ଟିକ ବୋତଲରେ ନିର୍ମାଣ ହେଉଛି ଘର । ବୋତଲରେ ଏପରି ନିଆରା କାରିଗରୀ କରୁଛନ୍ତି ମହାରାଷ୍ଟ୍ର ଅମରାବତୀର ନୀତିନ ଉଜଗାଁଓକର ନାମକ ଯୁବକ । ସେ ଘର ନିର୍ମାଣ ପାଇଁ ପ୍ରାୟ 20 ହଜାରରୁ ଊର୍ଦ୍ଧ୍ବ ପ୍ଲାଷ୍ଟିକ ବୋତଲ ବ୍ୟବହାର କରିଛନ୍ତି । ବର୍ତ୍ତମାନ ସମୟରେ ସାରା ବିଶ୍ବ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ନେଇ ଚିନ୍ତିତ ଥିବାବେଳେ ବୋତଲରୁ ଏଭଳି ନୂତନ ସମ୍ଭାବନା ସୃଷ୍ଟି କରି ଚର୍ଚ୍ଚାରେ ନୀତିନ । ଆଇନରେ ସ୍ନାତକୋତ୍ତର ପରେ ନୀତିନ କନଷ୍ଟ୍ରକସନ୍ ବ୍ୟବସାୟରେ ମନ ବଳାଇଥିଲେ । ଆଉ ନିର୍ମାଣ କ୍ଷେତ୍ରରେ କିଛି ନୂଆ କରିବାର ଝୁଙ୍କ ତାଙ୍କୁ ବାରମ୍ବାର ଆନ୍ଦୋଳିତ କରୁଥିବା କୁହନ୍ତି ନୀତିନ ।

ଏହି ବୋତଲରୁ ଘର ନିର୍ମାଣ କରିବା ଦ୍ବାରା କେବଳ ଇଟାର ବ୍ୟବହାର କମ୍ ହେଉଛି ତାହା ନୁହେଁ ପରିବେଶ ପ୍ରଦୂଷଣ ମଧ୍ୟ କମ୍ ହେଉଛି । ଅନ୍ୟପଟେ ପ୍ଲାଷ୍ଟିକ ବୋତଲରୁ ଘର ନିର୍ମାଣ କନସେପ୍ଟ ପ୍ରଥମେ ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଥିଲା । ହେଲେ ଧିରେ ଧିରେ ତାଙ୍କ କାର୍ଯ୍ୟ ସମସ୍ତଙ୍କୁ ବେଶ୍ ଭଲ ଲାଗିଥିଲା । ଦିନକୁ ଦିନ ପ୍ଲାଷ୍ଟିକ ପ୍ରଦୂଷଣ ସଭିଙ୍କ ମୁଣ୍ଡବିନ୍ଧାର କାରଣ ପାଲଟି ଥିବାବେଳେ ନୀତିନଙ୍କ ଏହି କାରିଗରୀ ପ୍ରଦୂଷଣ ରୋକିବାରେ ବେଶ୍ ସହାୟକ ହେବ ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Dec 22, 2019, 8:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.