ETV Bharat / bharat

ରାଜ୍ୟସଭାରେ ବିରୋଧୀ ସାଂସଦଙ୍କ ହଙ୍ଗାମା, ଅଧ୍ୟକ୍ଷଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ

ଗୃହରେ ହଟଗୋଳକୁ ନେଇ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କ ବାସଭବନରେ ଜାରି ରହିଛି ଉଚ୍ଚସ୍ତରୀୟ ବୈଠକ । ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ, କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ଓ ସଂସଦୀୟ ବ୍ୟାପାରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉପସ୍ଥିତ ଅଛନ୍ତି । ଅଧିକ ପଢନ୍ତୁ...

author img

By

Published : Sep 20, 2020, 5:00 PM IST

ରାଜ୍ୟସଭାରେ ବିରୋଧୀ ସାଂସଦଙ୍କ ହଙ୍ଗାମା, ଅଧ୍ୟକ୍ଷଙ୍କ ବାସଭବନରେ ଜାରି ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ବିରୋଧୀଙ୍କ ବିରୋଧ ମଧ୍ୟରେ ରାଜ୍ୟସଭାରେ ପାରିତ ହୋଇଛି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ବହୁଚର୍ଚ୍ଚିତ କୃଷି ବିଧେୟକ । ତେବେ ଏହି ବିଲ୍‌ ପାରିତ ସମୟରେ ଗୃହରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ଏପରିକି ବିରୋଧୀ ସାଂସଦମାନେ ସଂସଦର ମର୍ଯ୍ୟାଦାକୁ ନଷ୍ଟ କରିବାକୁ ମଧ୍ୟ ପଛଘୁଞ୍ଚା ଦେଇନଥିଲେ । ତେବେ ଏହି ହଟଗୋଳକୁ ନେଇ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କ ବାସଭବନରେ ଜାରି ରହିଛି ଉଚ୍ଚସ୍ତରୀୟ ବୈଠକ ।

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ବାସଭବନରେ ଜାରି ଏହି ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ, କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ଓ ସଂସଦୀୟ ବ୍ୟାପାରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉପସ୍ଥିତ ଅଛନ୍ତି । ତେବେ ସଂସଦର ଗରୀମାକୁ ଆଘାତ ଦେଇଥିବା ସାଂସଦମାନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ନେଇ ଏହି ବୈଠକରେ ଆଲୋଚନା ହେଉଥିବା ଅନୁମାନ କରାଯାଉଛି ।

ଏହି ବିଲ୍ ଉପରେ ଉତ୍ତେଜନା ମଧ୍ୟରେ ବିରୋଧୀ ସାଂସଦମାନେ ଗୃହରେ ନାରାବାଜି କରିଥିଲେ । ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ବିଲ୍‌କୁ ବିରୋଧ କରୁଥିବା ସାଂସଦଙ୍କ ନିଜ ଆସନକୁ ଫେରିବାକୁ କହିଥିଲେ । ହେଲେ ସେମାନେ ଉପାଧ୍ୟକ୍ଷଙ୍କ ସାମ୍ନାରେ ଲାଗିଥିବା ମାଇକ୍‌କୁ ଭାଙ୍ଗିବାକୁ ମଧ୍ୟ ପଛାଇନଥିଲେ । କୃଷି ବିଲ୍‌ ଉପରେ ଗୃହରେ ଉତ୍ତେଜନା ପ୍ରକାଶ ପାଇବା ପରେ ସୋମବାର ସକାଳ 9ଟା ପର୍ଯ୍ୟନ୍ତ ଗୃହକୁ ସ୍ଥଗିତ ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.