ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ଓଏସଡି କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ସୁରକ୍ଷାକର୍ମୀ କୋରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ସ୍ବତନ୍ତ୍ର ଡ୍ୟୁଟିରେ ଥିବା ଅଫିସରଙ୍କ ନିକଟରେ କୋରୋନା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ଗାର୍ଡ ଜଣଙ୍କ ଦିଲ୍ଲୀ ଏଏମସ କାର୍ଯ୍ୟାଳୟରେ ନିୟୋଜିତ ଥିଲେ ।
ଏମସ ଅଧିକାରୀ କହିଛନ୍ତି ଯେ, କୋଭିଡ-19 ସଂକ୍ରମିତ ହୋଇଥିବା ଗାର୍ଡଙ୍କ ସହ କିଏ କିଏ ସମ୍ପର୍କରେ ଆସିଥିଲେ ସେନେଇ ଜାଣିବାକୁ ଚେଷ୍ଟା ଚାଲିଛି । ସଂପୃକ୍ତ ଅଧିକାରୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ଏମସ ଠାରେ ତାଙ୍କ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରଖାଯାଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ପଠାଯାଇଛି।
ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ରବିବାର କହିଛନ୍ତି ଯେ, ଦେଶରେ କୋରୋନା ଜୀବାଣୁ ସଂକ୍ରମଣର ଅବସ୍ଥା ସୁଧୁରୁଛି ଏବଂ ଫଳସ୍ୱରୂପ ଦେଶରେ ସଂକ୍ରମଣ ଦ୍ୱାରା ପ୍ରଭାବିତ ହଟସ୍ପଟ ଜିଲ୍ଲା ଭାବରେ ପରିଚିତ ଅଞ୍ଚଳ ବର୍ତ୍ତମାନ ସ୍ୱାଭାବିକ ଆଡକୁ ଗତି କରୁଛି ।