ETV Bharat / bharat

ମେ 1ରୁ ବିହାରର ପ୍ରତି ଘରେ ପହଞ୍ଚିବେ ସ୍ବାସ୍ଥ୍ୟ କର୍ମୀ

ପରିସ୍ଥିତିର ମୁକାବିଲା ପାଇଁ ସରକାର ମେ 1ରୁ ନୂଆ ନିୟମ ଆରମ୍ଭ କରିଛନ୍ତି । ଏହା ଅନୁସାରେ ଲୋକଙ୍କ ଘରକୁ ଘର ବୁଲି ସ୍ବାସ୍ଥ୍ୟ କର୍ମୀ ସ୍କ୍ରିନ ଟେଷ୍ଟ କରିବେ । ଅଧିକ ପଢନ୍ତୁ...

author img

By

Published : Apr 30, 2020, 1:13 PM IST

ମେ 1ରୁ ବିହାରର ପ୍ରତି ଘରେ ପହଞ୍ଚିବେ ସ୍ବାସ୍ଥ୍ୟ କର୍ମୀ
ମେ 1ରୁ ବିହାରର ପ୍ରତି ଘରେ ପହଞ୍ଚିବେ ସ୍ବାସ୍ଥ୍ୟ କର୍ମୀ

ପାଟନା: ବିହାରରେ କୋରୋନା ଯୋଗୁଁ 383 ପଜିଟିଭ ବାହାରିଛି । ପରିସ୍ଥିତି ସାମାନ୍ୟ ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କ ଯୋଗୁଁ ଏଥିରେ ସମସ୍ୟା ଦେଖାଦେଇଛି । ଏହାସହ ଅନେକ ଲୋକ ବାହାରୁ ଆସି ମଧ୍ୟ ସରକାରଙ୍କୁ ତଥ୍ୟ ଦେଇନଥିବା ସରକାର ଜାଣିବାକୁ ପାଇଛନ୍ତି ।

ତେବେ ପରିସ୍ଥିତିର ମୁକାବିଲା ପାଇଁ ସରକାର ମେ 1ରୁ ନୂଆ ନିୟମ ଆରମ୍ଭ କରିଛନ୍ତି । ଏହା ଅନୁସାରେ ଲୋକଙ୍କ ଘରକୁ ଘର ବୁଲି ସ୍ବାସ୍ଥ୍ୟ କର୍ମୀ ସ୍କ୍ରିନ ଟେଷ୍ଟ କରିବେ । ରାଜ୍ୟର ପ୍ରତି ଲୋକଙ୍କ ଘରେ ପହଞ୍ଚିବାକୁ ରାଜ୍ୟ ସରକାର ଡୋର ଟୁ ଡୋର ଡ୍ରାଇଭ କରିବେ ବୋଲି ବିହାର ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ କହିଛନ୍ତି ।

ବିହାରର ସମସ୍ତ ଜିଲ୍ଲାରେ ଏହି ଡ୍ରାଇଭ ହେବ । ଏବେ ସୁଦ୍ଧା 7ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଶେଷ ହୋଇଛି । ତେବେ ସଂକ୍ରମଣ ରୋକିବା ଦୃଷ୍ଟିରୁ ବିହାର ସରକାର ସମସ୍ତ ଜିଲ୍ଲାରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ପ୍ରତି ଘରର ସମସ୍ତ ଲୋକଙ୍କ ସ୍କ୍ରିନ ଟେଷ୍ଟ ହେବ । ସନ୍ଦିଗ୍ଘ ଲୋକଙ୍କ ନମୁନା ସଂଗ୍ରହ କରାଯିବ । ଏହାଦ୍ବାରା ଖୁବଶିଘ୍ର ସମସ୍ତ କୋରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ମିଳିବ ବୋଲି ସରକାର ଆଶା ରଖିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.