ନୂଆଦିଲ୍ଲୀ: ଗୁଳି କରି ଆତ୍ମହତ୍ୟା କରିଛନ୍ତି ଦିଲ୍ଲୀର ଜଣେ ପୋଲିସ କନେଷ୍ଟବଳ । ଘଟଣାଟି ସାଉଥ୍ ୱେଷ୍ଟ ଦିଲ୍ଲୀର ପୋଲିସ ଷ୍ଟେସନରେ ଘଟିଛି । ମୃତ ପୋଲିସ କନେଷ୍ଟବଳ ଜଣକ ଡାଉଲାକୁଆନ ପୋଲିସ ଷ୍ଟେସନରେ କାର୍ଯ୍ୟରତ ଥିଲେ ।
ମିଳିଥିବା ସୂଚନା ଅନୁସାରେ, ମୃତ କନେଷ୍ଟବଳ ଜଣକ ହେଉଛନ୍ତି 2006 ବ୍ୟାଚର ପାରୁଲ ତ୍ୟାଗୀ। ଏହାସହ କାର୍ଯ୍ୟରେ ଥିବାବେଳେ ସେ ବିଳମ୍ବିତ ରାତ୍ରିରେ ଆତ୍ମହତ୍ୟା କରିଥିବା ଖବର ମିଳିଛି । ଘରୋଇ କଳହ ପାଇଁ ସେ ଆତ୍ମହତ୍ୟା କରିଥିବା ତଦନ୍ତ କରୁଥିବା ପୋଲିସ ଅଫିସର କହିଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ । ଘଟଣାସ୍ଥଳରୁ ଏକ ସୁସାଇଡ ନୋଟ ଜବତ କରାଯାଇଛି ।
ତେବେ ମୃତ କନେଷ୍ଟବଳ ପାରୁଲ ତ୍ୟାଗୀଙ୍କ ସ୍ତ୍ରୀ ମଧ୍ୟ ଦିଲ୍ଲୀ ପୋଲିସରେ କାର୍ଯ୍ୟରତ ଅଛନ୍ତି । ହେଲେ ସେ ଅନ୍ୟତ୍ର କେଉଁଠି କାମ କରୁଛନ୍ତି । ଦିଲ୍ଲୀ ପୋଲିସର ଏକ ଟିମ ଘଟଣାର ଖୋଳତାଡ ପାଇଁ ଲାଗି ପଡିଛନ୍ତି । ଘଟଣାକୁ ନେଇ ସାଉଥୱେଷ୍ଟ ଡିସିପି ଦେବେନ୍ଦ୍ର ଆର୍ଯ୍ୟଙ୍କୁ କୌଣସି ସରକାରୀ ଖବର ମିଳିନାହିଁ ।