ETV Bharat / bharat

ମୁଜାଫରପୁର ସେଲଟର ହୋମ ମାମଲା: 19 ଦୋଷୀ ସାବ୍ୟସ୍ତ - Muzaffarpur shelter home case

ମୁଜାଫରପୁର ସେଲଟର ହୋମ ମାମଲାରେ ଦିଲ୍ଲୀର ସାକେତ କୋର୍ଟ ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର ସମେତ 19 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆସନ୍ତା ୨୮ ତାରିଖରେ ଏହି ସମସ୍ତ ଦୋଷୀଙ୍କ ପାଇଁ ଦଣ୍ଡାଦେଶ ଘୋଷଣା କରାଯିବ ।

Muzaffarpur shelter home case
ମୁଜାଫରପୁର ଶେଲଟର ହୋମ
author img

By

Published : Jan 20, 2020, 4:54 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ମୁଜାଫରପୁର ସେଲଟର ହୋମ ମାମଲାରେ ଦିଲ୍ଲୀର ସାକେତ କୋର୍ଟ ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର ସମେତ 19 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ବିହାର ମୁଜାଫରପୁର ସେଲଟର ହୋମରେ ରହୁଥିବା ନାବାଳିକାଙ୍କୁ ଯୌନ ଉତ୍ପୀଡନା ଦେଉଥିବା ମାମଲାରେ ଏହି ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ତେବେ ଆସନ୍ତା ୨୮ ତାରିଖରେ ଏହି ସମସ୍ତ ଦୋଷୀଙ୍କ ପାଇଁ ଦଣ୍ଡାଦେଶ ଘୋଷଣା କରାଯିବ ବୋଲି କୋର୍ଟ କହିଛନ୍ତି।

ସେପଟେ ଏହି ମାମଲାରେ କୋର୍ଟ ମାମଲାର ଜଣେ ଅଭିଯୁକ୍ତ ମହମ୍ମଦ ସାହିଲ ଉର୍ଫ ବିକ୍କିକୁ ପ୍ରମାଣ ଅଭାବରୁ ଛାଡି ଦେଇଛନ୍ତି । ମାମଲାରେ ମୋଟ 20 ଜଣ ଅଭିଯୁକ୍ତ ସାମିଲ ଥିଲେ । ସେମାନଙ୍କ ମଧ୍ୟରେ 12 ଜଣ ପୁରୁଷ ଥିବା ବେଳେ 8 ଜଣ ମହିଳା ଥିଲେ । ଏହି ମାମଲାରେ ଦୋଷୀଙ୍କ ବିରୋଧରେ ପକ୍ସୋ ଆକ୍ଟ ଅଧିନରେ ମଧ୍ୟ ମାମଲା ରୁଜୁ କରାଯାଇଛି ।

ସୂଚନାଯୋଗ୍ୟ ଯେ, ମୁଜାଫରପୁରର ବାଳିକା ଆଶ୍ରୟଗୃହରେ 34 ଜଣ ଛାତ୍ରୀଙ୍କ ଯୌନ ଉତ୍ପୀଡନର ମାମଲା ସାମ୍ନାକୁ ଆସିଥିଲା । ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କ ସହ ଯୌନ ଶୋଷଣ ହୋଇଥିବା ସ୍ପଷ୍ଟ ହୋଇଥିଲା । ତେବେ ପୀଡିତାଙ୍କୁ ଶାରିରୀକ ନିର୍ଯାତନା ମଧ୍ୟ ଦିଆଯାଉଥିବା ଶୁଣାଣି ସମୟରେ ଜଣା ପଡିଥିଲା ।

Intro:Body:

VIDEO

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.