ମୁମ୍ବାଇ: ପୁଣି ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ମହାରାଷ୍ଟ୍ର ପୁଣେରେ ଜଣେ 68 ବର୍ଷୀୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ତେବେ ଆକ୍ରାନ୍ତଙ୍କର ମାୟୋକାର୍ଡାଇଟିସ୍ ସହିତ ARDS କାରଣରୁ ଶ୍ବାସପ୍ରଶ୍ବାସ ନେବାରେ ଅସୁବିଧା କାରଣରୁ ତାଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ପୁଣେରେ କୋରୋନା ମୃତ୍ୟୁ ସଂଖ୍ୟା 100ରେ ପହଞ୍ଚିଥିବା ପୁଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।
ପ୍ରକାଶ ଥାଉକି, ସମଗ୍ର ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 37 ହଜାର ପାର କରିଥିବା ବେଳେ କେବଳ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ 10 ହଜାର ପାର କରିଛି । ଏହାଛଡା ମହାରାଷ୍ଟ୍ରରେ କୋରୋନା କାରଣରୁ 459 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ତେବେ ଭାରତରେ ମହାରାଷ୍ଟ୍ର ସର୍ବାଧିକ କୋରୋନା ପ୍ରଭାବିତ ରାଜ୍ୟ ପାଲଟିଛି।