ହାଇଦ୍ରାବାଦ: ନିଜର କାମନାକୁ ପୂରଣ କରିବାକୁ ଯାଇ ନିଜର 5 ବର୍ଷୀୟ ଝିଅକୁ ବି ଛାଡିଲାନି ରାକ୍ଷସ ବାପା । ଶେଷରେ କାମନାର ଲାଳସାକୁ ମେଣ୍ଟାଇବାକୁ ଯାଇ ନିଜର 5 ବର୍ଷର ଝିଅ ସହ ବାରମ୍ବାର ଦୁଷ୍କର୍ମ କରିଥିଲା। ଶେଷରେ ଗିରଫ ହୋଇଛି ବାପା ।
କୁସାଇଗୁଡା ଏସିପି କେ. ଶିବା କୁମାରଙ୍କ ସୂଚନା ଅନୁଯାୟୀ, ଗତ ଜୁନ୍ 17 ତାରିଖରେ ଜଣେ ମହିଳା ଥାନାରେ ଏକ ଅଭିଯୋଗ ଦେଇଥିଲେ । ସେ କହିଥିଲେ ତାଙ୍କର 5 ବର୍ଷର ଝିଅକୁ ତାଙ୍କ ସ୍ବାମୀ ମଦ୍ୟପ ଅବସ୍ଥାରେ ବାରମ୍ବାର ଦୁଷ୍କର୍ମ କରିଆସୁଛନ୍ତି ।
ଏହି ଅଭିଯୋଗ ଆଧାରରେ ପୋଲିସ ତାଙ୍କ ସ୍ବାମୀ ଅର୍ଥାତ୍ ଶିଶୁଟିର ବାପାଙ୍କୁ ଆଇପିସି ଧାରା 376 ଏବଂ ପୋସ୍କୋ ଧାରା ଅନୁଯାୟୀ ଗିରଫ କରିଛନ୍ତି ।ଏଥିସହ ଅଭିଯୁକ୍ତଙ୍କୁ ରିମାଣ୍ଡରେ ମଧ୍ୟ ନିଆଯାଇଛି ।
ଅନ୍ୟପଟେ ଏହି ମାମଲାରେ ଅଭିଯୁକ୍ତଙ୍କ ସପକ୍ଷରେ କେହି କେସ୍ ଲଢିବେନି ବୋଲି ମାଲକାଜଗିରି କୋର୍ଟ ମହିଳା ଆସୋସିଏସନ୍ ସଦସ୍ୟମାନେ ଘୋଷଣା କରିଛନ୍ତି । ଏଥିସହ ଅଭିଯୁକ୍ତଙ୍କ ଜାମିନ୍ ଆବେଦନକୁ ମଧ୍ୟ ଖାରଜ କରାଯିବ ବୋଲି ଘୋଷଣା କରାଯାଇଛି ।