ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ବଢାଇ ଚାଲିଛି ଆତଙ୍କ । ପୁଣେର ସେସନ୍ ହସ୍ପିଟାଲ୍ ସହିତ କାର୍ଯ୍ୟ କରୁଥିବା 34 ବର୍ଷୀୟ ନର୍ସ କୋରୋନାରେ ଆକ୍ରାନ୍ତ। ଆଜି ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ବର୍ତ୍ତମାନ ତାଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଛି । ଏନେଇ ସେସନ୍ ହସ୍ପିଟାଲର ଡାକ୍ତର ଡ. ଅଜୟ ଚନ୍ଦନୱାଲେ ସୂଚନା ଦେଇଛନ୍ତି ।
ରାଜ୍ୟ କୋରୋନାରେ ସର୍ବାଧିକ ପ୍ରଭାବିତ ହୋଇଛି । ବର୍ତ୍ତମାନ ସୁଦ୍ଧା ଆକ୍ରନ୍ତଙ୍କ ସଂଖ୍ୟା 2ହଜାର ପାର ହୋଇଥିବା ବେଳେ 160 ଜଣଙ୍କର ମୁଣ୍ଡ ନେଲାଣି ମହାମାରୀ କୋରୋନା । ପ୍ରତିଦିନ ଏଠାରେ ଦ୍ରୁତ ଗତିରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା ।
@ANI