ETV Bharat / bharat

ତେଲେଙ୍ଗାନାରେ 99ଟି ନୂଆ କୋରୋନା ମାମଲା, 4 ମୃତ - ତେଲେଙ୍ଗାନା କୋଭିଡ

ମଙ୍ଗଳବାର ତେଲେଙ୍ଗାନାରେ 99 ଟି ନୂଆ କୋରୋନାଭାଇରସ୍ ମାମଲା ରିପୋର୍ଟ ହୋଇଛି । ସେଥିମଧ୍ୟରୁ 12ଟି ମାମଲା ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଥିଲା । ଏହାସହ ମଙ୍ଗଳବାର ଦୁଇଜଣ ମହିଳାଙ୍କ ସମେତ ଚାରିଜଣ ମୃତ୍ୟୁ ଘଟିଛି ।

Telangana
Telangana
author img

By

Published : Jun 2, 2020, 10:56 PM IST

ହାଇଦ୍ରାବାଦ: ତେଲେଙ୍ଗାନେରା କୋରୋନା ସଂକ୍ରମଣ ଚିନ୍ତାଜନକ ରହିଛି । ମଙ୍ଗଳବାର ରାଜ୍ୟରେ 99 ଟି ନୂଆ କୋରୋନାଭାଇରସ୍ ମାମଲା ରିପୋର୍ଟ ହୋଇଛି । ସେଥିମଧ୍ୟରୁ 12ଟି ମାମଲା ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଥିଲା । ଏହାସହ ମଙ୍ଗଳବାର ଦୁଇଜଣ ମହିଳାଙ୍କ ସମେତ ଚାରିଜଣ ମୃତ୍ୟୁ ଘଟିଛି ।

ସ୍ବାସ୍ଥ୍ୟ ବିଭାଗର ବୁଲେଟିନ୍ ଅନୁଯାୟୀ, 87 ଟି ସ୍ଥାନୀୟ ମାମଲାରୁ ଜିଏଚ୍ଏମସି ଅଞ୍ଚଳରୁ 70 ଓ ରଙ୍ଗା ରେଡ୍ଡୀ ଜିଲ୍ଲାରେ 7ଟି ମାମଲା ରେକର୍ଡ ହୋଇଛି ।

ମଙ୍ଗଳବାର ମୋଟ 35 ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ଡିସଚାର୍ଜ ସଂଖ୍ୟା ଏପର୍ଯ୍ୟନ୍ତ 1,526ରେ ପହଞ୍ଚିଛି । ଡାକ୍ତରଖାନାଗୁଡ଼ିକରେ ପଜିଟିଭ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା 1,273 ରହିଛି । ରାଜ୍ୟରେ ମୋଟ ପଜିଟିଭ ମାମଲା 2,891 ହୋଇଥିବାବେଳେ ଏପର୍ଯ୍ୟନ୍ତ 92 ଜଣଙ୍କର ମୃତ୍ୟୁ ଘଟିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.