ETV Bharat / bharat

ଉପହାର ବଦଳରେ ଭିଣୋଇ ଦେଲେ ଭାଇରସ, ବରକନ୍ୟା ସମେତ କ୍ବାରେଣ୍ଟାଇନରେ 95 ଜଣ - mp marriage

ବାହାଘର ପରେ ସାଧାରଣତଃ କନ୍ୟା ବର ସହିତ ତା ଶାଶୁଘରକୁ ଯାଇଥାଏ । ହେଲେ ମଧ୍ୟପ୍ରଦେଶରେ ଏପରି ଏକ ବାହାଘର ଅନୁଷ୍ଠିତ ହୋଇଥିଲା, ଯେଉଁଠି ବର ସହ କନ୍ୟା ଶାଶୁଘର ନୁହେଁ ବରଂ କ୍ବାରେଣ୍ଟାଇନ ସେଣ୍ଟର ଯାଇଛି । ଅଧିକ ପଢନ୍ତୁ...

ଉପହାର ବଦଳରେ ଭିଣେଇ ଦେଲେ ଭାଇରସ, ବର କନ୍ୟା ସମେତ 95 ଗଲେ କ୍ବାରେଣ୍ଟାଇନ

author img

By

Published : May 27, 2020, 4:09 PM IST

ଭୋପାଳ: ମଧ୍ୟପ୍ରଦେଶର ଛିନ୍ଦୱାଡାରେ ବାହାଘର ପଡିଲା ମହଙ୍ଗା । ଭିଣୋଇଙ୍କ ପାଇଁ ବର କନ୍ୟା ସମେତ କ୍ୱାରାଣ୍ଟାଇନ ସେଣ୍ଟରକୁ ଗଲେ 95 ଜଣ । ଛିନ୍ଦୱାରାର ରାମବାଗ ଅଞ୍ଚଳରେ ଏକ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହରେ କନ୍ୟାର ଭିଣୋଇ ମଧ୍ୟ ଯୋଗ ଦେଇଥିଲେ।

ବିବାହ ସମୟରେ କନ୍ୟାର ଭିଣୋଇ କୋରୋନା ପଜିଟିଭ ଥିବା ଖବର ସାମ୍ନାକୁ ଆସିଲା । ଏହାପରେ ପ୍ରଶାସନ ସମସ୍ତଙ୍କୁ କ୍ୱାରେଣ୍ଟାଇନ କେନ୍ଦ୍ରକୁ ପଠାଇଥିଲେ । ତେବେ ଦିଲ୍ଲୀର ଏହି ଯୁବକ ଜଣେ ସିଆଇଏସଏଫ ଜବାନ । ଯିଏ କି ନିକଟରେ ଛିନ୍ଦୱାରା ଆସିଥିଲେ। ଏହାପରେ ଜିଲ୍ଲାର 2ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି।

ଛିନ୍ଦୱାରା କଲେକ୍ଟର ସୌରଭ ସୁମନ କହିଛନ୍ତି ଯେ, ମଙ୍ଗଳବାର ପଠାଯାଇଥିବା ସମସ୍ତ ନମୁନାରେ ଏକ ରିପୋର୍ଟ ପଜିଟିଭ ଆସିଛି । ସେହି ରିପୋର୍ଟ ହେଉଛି କନ୍ୟା ଭିଣୋଇ ବା ସିଆଇଏସଏଫ ଯବାନଙ୍କ । ତେଣୁ ନିର୍ଦ୍ଧାରିତ ପ୍ରକ୍ରିୟାରେ ପଜିଟିଭ ରିପୋର୍ଟ ଆସିବା ପରେ ପ୍ରଥମେ କଣ୍ଟାକ୍ଟ ଟ୍ରେସିଙ୍ଗ ପରେ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯିବ ।

ମଧ୍ୟପ୍ରଦେଶରେ କୋରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧିର ପାଇ ବର୍ତ୍ତମାନ ମୋଟ 7 ହଜାର 24 ଥିବାବେଳେ, ମୃତ୍ୟୁ ସଂଖ୍ୟା 305କୁ ଛୁଇଁଛି । ସେହିପରି 3 ହଜାର 689 ଜଣ ସୁସ୍ଥ ହୋଇ ଫେରିଥିବାବେଳେ, 3 ହଜାର 30ଟି ମାମଲା ସକ୍ରିୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.