ETV Bharat / bharat

ଲକଡାଉନ ପରେ ଅଫିସ ଯିବାକୁ 93% କର୍ମଚାରୀ ଚିନ୍ତିତ - post lockdown

ଲକଡାଉନ ଖୋଲିବା ପରେ 93 ପ୍ରତିଶତ କର୍ମଚାରୀ ଅଫିସକୁ ଫେରିବାକୁ ଚିନ୍ତା ପ୍ରକଟ କରିଛନ୍ତି । ଯେତେବେଳେ କି 85 ପ୍ରତିଶତ କର୍ମଚାରୀ ଆଶା ବାନ୍ଧିଛନ୍ତି ଯେ ସେମାନେ ଅଫିସରେ ଯୋଗ ଦେବା ପୂର୍ବରୁ କାର୍ଯ୍ୟାଳୟକୁ ଯେପରି ସମ୍ପୂର୍ଣ୍ଣ ଭାବରେ ସାନିଟାଇଜ କରାଯାଇଥିବ ।

ଲକଡାଉନ ପରେ ଅଫିସ ଯିବାକୁ 93 ପ୍ରତିଶତ କର୍ମଚାରୀ ଚିନ୍ତିତ

author img

By

Published : May 6, 2020, 2:31 PM IST

ନୂଆଦିଲ୍ଲୀ: ଲକଡାଉନ ଯୋଗୁଁ ଚାଲିଛି ୱାର୍କ ଫ୍ରମ ହୋମ । ହେଲେ ଲକଡାଉନକୁ ନେଇ ଏମାନଙ୍କର କଣ ରହିଛି ଚିନ୍ତାଧାରା । ଏନେଇ ଏକ ସର୍ଭେ ହୋଇଛି ଏବଂ ଏଥିରୁ ଜଣାପଡିଛି ଯେ, ଲକଡାଉନ ଖୋଲିବା ପରେ 93 ପ୍ରତିଶତ କର୍ମଚାରୀ ଅଫିସକୁ ଫେରିବାକୁ ଚିନ୍ତିତ ଅଛନ୍ତି । ଯେତବେଳେ କି 85 ପ୍ରତିଶତ କର୍ମଚାରୀ ଆଶା ବାନ୍ଧିଛନ୍ତି ଯେ ସେମାନେ ଅଫିସରେ ଯୋଗ ଦେବା ପୂର୍ବରୁ କାର୍ଯ୍ୟାଳୟକୁ ଯେପରି ସମ୍ପୂର୍ଣ୍ଣ ଭାବରେ ସାନିଟାଇଜ କରାଯାଇଥିବ ।

ତେବେ ସର୍ଭେ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ 85 ପ୍ରତିଶତ ପୁରୁଷ ଏବଂ 15 ପ୍ରତିଶତ ମହିଳା ଥିଲେ । ଏହି ତଥ୍ୟରେ ଦର୍ଶାଯାଇଛି ଯେ 59 ପ୍ରତିଶତ କର୍ମଚାରୀ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ, 25 ପ୍ରତିଶତ କହିଛନ୍ତି ଯେ ସେମାନେ ସେମାନଙ୍କର ଆର୍ଥିକ ସ୍ଥିତିକୁ ନେଇ ଚିନ୍ତିତ । ଯେତେବେଳେ କି 16 ପ୍ରତିଶତ ଲୋକଙ୍କ ମନରେ ଭୟ ରହିଛି ଯେ ଏହି ସଙ୍କଟ ଦୀର୍ଘସ୍ଥାୟୀ ହେବ ।

ପ୍ରାୟ 85 ପ୍ରତିଶତ ଲୋକ ଆଶା କରନ୍ତି ଯେ ସେମାନଙ୍କ ନିଯୁକ୍ତିଦାତାମାନେ ସୁରକ୍ଷା ନିର୍ଦ୍ଦେଶାବଳୀ ଏବଂ ଉପଦେଶଗୁଡ଼ିକୁ କାର୍ଯ୍ୟକାରୀ କରିବେ ଏବଂ କାର୍ଯ୍ୟକାରୀ କରିବେ । ଅଫିସରେ ଥିବାବେଳେ ସେମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ନୂତନ ଏବଂ ଅଭିନବ ଉପାୟ ଖୋଜିବେ ।

ସର୍ଭେରେ କୁହାଯାଇଛି ଯେ ଇଣ୍ଡିଆ ଇନ୍କୋ କର୍ମଚାରୀମାନେ ସେମାନଙ୍କ ସ୍ୱାସ୍ଥ୍ୟ ହିସାବରେ ସ୍ପଷ୍ଟ ଭାବରେ ଜୋର ଦେଇଛନ୍ତି ଏବଂ ଏହାକୁ ପ୍ରାଥମିକତା ଅନୁଯାୟୀ ପରିଚାଳନା କରାଯିବା ଆବଶ୍ୟକ ବୋଲି କହିଛନ୍ତି । ରିପୋର୍ଟ ଅନୁଯାୟୀ, 99 ପ୍ରତିଶତ କର୍ମଚାରୀ କହିଛନ୍ତି ଯେପରି କର୍ପୋରେଟ ସାମାଜିକ ଦାୟିତ୍ବ ରହିଥାଏ ସେହିପରି କର୍ପୋରେଟ ହେଲଥ ରେସପନସିବିଲିଟି ମଧ୍ୟ ରହିବା ଦରକାର । ସେପଟେ 82 ପ୍ରତିଶତ ଲୋକ ସେମାନଙ୍କ ଉପରେ ଆବଶ୍ୟକ କରୁଥିବା ପଦକ୍ଷେପ ଗୁଡିକରେ ସେମାନେ ଅଂଶ ଗ୍ରହଣ କରିବାକୁ ରାଜି ଅଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.