ETV Bharat / bharat

ଟ୍ରାକ୍ଟର ରାଲି ହିଂସା: 93 ଆନ୍ଦୋଳନକାରୀ ଗିରଫ, କ୍ରାଇମବ୍ରାଞ୍ଚ କରିବ ତଦନ୍ତ

author img

By

Published : Jan 27, 2021, 3:12 PM IST

ଟ୍ରାକ୍ଟର ରାଲିରେ ହିଂସା କରିଥିବା 93 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏଥିସହ 200ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି। ଏହି ପରିପ୍ରେକ୍ଷୀରେ ଟ୍ରାକ୍ଟର ରାଲି ପାଇଁ ଅନୁମତି ମାଗିଥିବା କୃଷକ ନେତାଙ୍କ ବିରୋଧରେ ଦିଲ୍ଲୀ ପୋଲିସ ପକ୍ଷରୁ ଏକ ଏତଲା ଦିଆଯାଇଛି । ଅଧିକ ପଢନ୍ତୁ...

ଟ୍ରାକ୍ଟର ରାଲି ହିଂସା
ଟ୍ରାକ୍ଟର ରାଲି ହିଂସା

ନୂଆଦିଲ୍ଲୀ: ଟ୍ରାକ୍ଟର ରାଲିରେ ହିଂସା କରିଥିବା 93 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏଥିସହ 200ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି। ଏହି ପରିପ୍ରେକ୍ଷୀରେ ଟ୍ରାକ୍ଟର ରାଲି ପାଇଁ ଅନୁମତି ମାଗିଥିବା କୃଷକ ନେତାଙ୍କ ବିରୋଧରେ ଦିଲ୍ଲୀ ପୋଲିସ ପକ୍ଷରୁ ଏକ ଏଫଆଇଆର ରୁଜୁ ହୋଇଛି। ବର୍ତ୍ତମାନ ସମଗ୍ର ମାମଲାର ତଦନ୍ତ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।

ସୂଚନାନୁସାରେ, ଦିଲ୍ଲୀ ପୋଲିସ କୃଷକ ନେତାମାନଙ୍କୁ 37ଟି ସର୍ତ୍ତ ସହିତ ଟ୍ରାକ୍ଟର ରାଲି କରିବାକୁ ଅନୁମତି ଦେଇଥିଲା । କିନ୍ତୁ ମଙ୍ଗଳବାର ଅନୁଷ୍ଠିତ ରାଲିରେ ସମସ୍ତ ସର୍ତ୍ତ ଉଲ୍ଲଙ୍ଘନ କରାଯାଇଥିଲା ।

ଏଥିରେ 300ରୁ ଅଧିକ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ବ୍ୟାରିକେଡ୍, ଯାନବାହାନ, ବସ ବିପୁଳ ପରିମାଣରେ ଭଙ୍ଗାରୁଜା ହୋଇଛି । ଲାଲକିଲ୍ଲାରେ ପ୍ରବେଶ କରିବା ସହିତ ଭଙ୍ଗାରୁଜା କରାଯାଇଥିଲା । ଏହା ବ୍ୟତୀତ ଅନେକ ସାମଗ୍ରୀ ଲୁଟ୍ ହୋଇଛି । ଏହି ପ୍ରଦର୍ଶନ ସମୟରେ 200ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଥିଲା ବର୍ତ୍ତମାନ ସେମାନଙ୍କୁ ଗିରଫ କରିବାକୁ ପ୍ରସ୍ତୁତ ହେଉଛି ଦିଲ୍ଲୀ ପୋଲିସ ।

ଏହି ଘଟଣାରେ ଦିଲ୍ଲୀ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ ମୋଟ 22ଟି ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । କୃଷକ ନେତାଙ୍କ ନାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛି କାରଣ ସେମାନେ ପୋଲିସ ଦ୍ବାରା ସ୍ଥିର କରାଯାଇଥିବା ନିୟମ ମାନିବାକୁ ନିଶ୍ଚିତ କରିଥିଲେ। କିନ୍ତୁ ଟ୍ରାକ୍ଟର ରାଲିରେ ଏହି ସବୁ ନିୟମ ଭଙ୍ଗ ହୋଇଥିଲା । ଉତ୍ତର ରେଞ୍ଜ ପୋଲିସ ଦ୍ବାରା ଏଫ୍ଆଇଆର୍ ରୁଜୁ ହୋଇଛି। ତେବେ ବର୍ତ୍ତମାନ କେଉଁ କୃଷକ ନେତାଙ୍କ ବିରୋଧରେ ଅଭିଯୋଗ ହୋଇଛି ତାହା ପୋଲିସ ପ୍ରକାଶ କରିନାହିଁ।

ଦିଲ୍ଲୀ ପୋଲିସ ଦ୍ବାରା ଆଇପି ଷ୍ଟେଟ, ବାବା ହରିଦାସ ନାଗର, ନଜାଫଗଡ, ଉତ୍ତର ନାଗ, ଗାଜିପୁର, ପାଣ୍ଡବ ନାଗର, ବୁରାରୀ, କୋଟୱାଲୀ, ଜ୍ୟୋତି ନଗର, ଆଦର୍ଶ ନଗର, ମଡେଲ ଟାଉନ, ଆଲିପୁର, ଭାଲସ୍ବା ଡେରୀ, ସମୟ ପୁର ବାଦଲି, ସ୍ବରୂପ ନଗର, ସୀମାପୁରୀ, କିର୍ତ୍ତୀ ନଗରରେ ଏଫଆଇଆର ପଞ୍ଜିକୃତ କରାଯାଇଛି । ଏଥିସହ ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ବିଭିନ୍ନ ସ୍ଥାନରେ ଲଗାଯାଇଥିବା ସିସିଟିଭି କ୍ୟାମେରାର ଫୁଟେଜ ଖୋଜାଯାଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.