ରାୟପୁର: ନକ୍ସଲ ଦମନ ଅଭିଯାନରେ ଛତିଶଗଡ ସୁକମା ପୋଲିସକୁ ବଡ ସଫଳତା । 2009 ରାଜନନ୍ଦ ଜିଲ୍ଲାରେ ମଦନ ୱାଡା ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ମାଷ୍ଟର ମାଇଣ୍ଡ ଗୁଡୁ କ୍ରିଷ୍ଣା ସହ 9 ନକ୍ସଲ ଆତ୍ମସମର୍ପଣ କରିଛନ୍ତି ।
ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କୁ ଛତିଶଗଡ ସରକାରଙ୍କ ତରଫରୁ ରହିବା ଓ ଭରଣପୋଷଣର ସମସ୍ତ ସୁବିଧା ଯୋଗାଇ ଦିଆଯିବ । ସୂଚନା ଅନୁସାରେ ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କ ମୁଣ୍ଡରେ 10 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
ଖବର ଅନୁସାରେ, ଏସପି ସିର୍ଦ୍ଧାର୍ଥ ତିୱାରୀଙ୍କ କହିବା ଅନୁସାରେ କ୍ରୀଷ୍ଣା ଓରଫ ବବଲୁ 2001 ମସିହାରେ ନକ୍ସଲ ସଙ୍ଗଠନରେ ସାମିଲ ରହିଥିଲା। ଏହାପରେ 2009ରେ 22 ଜଣ ଯବାନଙ୍କ ସହ ଏସପି ଚୌବେଙ୍କ ହତ୍ୟାକାଣ୍ଡରେ ବବଲୁର ସମ୍ପୃକ୍ତି ରହିଛି। ଏହାସହ 2010ରୁ ମାଓ ସଙ୍ଗଠନରେ ସାମିଲ ହୋଇ ଏବେ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକଳାପରେ ତାର ସମ୍ପୃକ୍ତି ରହିଥିଲା ।