ହାଇଦ୍ରାବାଦ: ନିଜର କାମନାକୁ ଚରିତାର୍ଥ କରିବାକୁ ଜଣେ 9 ମାସର ଶିଶୁକୁ ବି ଛାଡିଲାନି ଅଭିଯୁକ୍ତ । ଏଭଳି ଏକ ଘଟଣା ଘଟିଛି ତେଲେଙ୍ଗାନାର ୱାରାଙ୍ଗଲ ଜିଲ୍ଲାର ହନାମକୋଣ୍ଡା ଅଞ୍ଚଳରେ । ଛୋଟ ଝିଅକୁ ଦୁଷ୍କର୍ମ କରିବା ସହ ତାକୁ ହତ୍ୟା କରିଛି ଜଣେ 25 ବର୍ଷୀୟ ଯୁବକ । କନ୍ୟାର ପିତାମାତା ଅଭିଯୁକ୍ତକୁ ଧରି ପୋଲିସରେ ଜିମା ଦେଇଛନ୍ତି ।
ଗତ ମଙ୍ଗଳବାର ଦିନ ଝିଅଟି ନିଜ ପିତାମାତାଙ୍କ ସହ ଛାତ ଉପରେ ଶୋଇଥିଲାବେଳେ ଅଭିଯୁକ୍ତ ତାକୁ ଅପହରଣ କରିଥିଲା । ପରେ ଏକ ନିଛାଟିଆ ସ୍ଥାନକୁ ନେଇ ତାଙ୍କୁ ଦୁଷ୍କର୍ମ କରିଥିଲା । ଠିକ୍ ସେତିକି ବେଳେ ଝିଅକୁ ଖୋଜିଖୋଜି ପିତାମାତା ସେଠାରେ ପହଞ୍ଚିଯାଇଥିଲେ । ପିତାମାତା ଅଭିଯୁକ୍ତକୁ କାବୁ କରିବା ସହ ପୋଲିସକୁ ହସ୍ତାନ୍ତର କରିଥିଲେ । ଗୁରୁତର ଆହତ ଅବସ୍ଥାରେ ଝିଅଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଡାକ୍ତରଖାନାରେ ଝିଅଟିର ମୃତ୍ୟୁ ଘଟିଥିଲା ବୋଲି ହନାମକୋଣ୍ଡା ପୋଲିସ ଷ୍ଟେସନର ସିଆଇ ସମ୍ପତ ରାଓ କହିଛନ୍ତି ।
ଏହି ଘଟଣାରେ ପୋଲିସ ଆଇପିସି ଧାରା 376 , 366 ଓ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି ।