ଲକ୍ଷ୍ନୌ: ଉତ୍ତରପ୍ରଦେଶର ପ୍ରତାପଗଡ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ଏସୟୁଭି କାର ଧକ୍କା ଦେଇ 9 ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତେ ଗୋଟିଏ ପରିବାରର ହୋଇଥିବାବେଳେ ମୃତକଙ୍କ ମଧ୍ୟରେ 2 ଜଣ ଶିଶୁ ରହିଛନ୍ତି।
ୱାଜିଦପୁର ଗାଁରେ ଘଟିଥିବା ଏହି ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ମୃତଦେହ ଗାଡି ଭିତରକୁ ବାହାର କରିବା ପାଇଁ ଗ୍ୟାସ କଟର ବ୍ୟବହାର କରିବାକୁ ପଡିଥିଲା। ଏସୟୁଭି ଡ୍ରାଇଭର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ମୃତକଙ୍କ ମଧ୍ୟରେ 4 ଜଣ ପୁରୁଷ, 3 ମହିଳା ଓ 2ଜଣ ଶିଶୁ ରହିଥିଲେ । ଏମାନେ ସମସ୍ତେ ବିହାର ଦେଇ ରାଜସ୍ଥାନକୁ ଯାଉଥିଲେ । ସେପଟେ, ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।