ETV Bharat / bharat

ଲ୍‌କଡାଉନ୍‌ ବେଳେ ଚର୍ଚ୍ଚରେ ପ୍ରାର୍ଥନା କରି 9 ଗିରଫ - ଲ୍‌କଡାଉନ୍‌ ବେଳେ ଚର୍ଚ୍ଚରେ ପ୍ରାର୍ଥନା କରି 9 ଗିରଫ

ଦିନକୁ ଦିନ କେରଳରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ନିୟମ ମାନ ନାହାନ୍ତି ଲୋକେ । ଲକ୍‌ଡାଉନ୍‌ ବେଳେ ୱାଇନାଡରେ ଏକ ଚର୍ଚ୍ଚରେ ପ୍ରାର୍ଥନା କରି 9 ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଅଧିକ ଫଢନ୍ତୁ...

aa
ଲ୍‌କଡାଉନ୍‌ ବେଳେ ଚର୍ଚ୍ଚରେ ପ୍ରାର୍ଥନା କରି 9 ଗିରଫ
author img

By

Published : Mar 29, 2020, 10:26 PM IST

ଥିରୁଅନନ୍ତପୁରମ: କୋରୋନା ମୁକାବିଲା ନେଇ ସାରା ଦେଖୁ 21 ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଘରୁ ଗୋଡ ନକାଢିବାକୁ ବାରମ୍ବାର ଅନୁରୋଧ କରାଯାଉଛି । ଏତିକି ବେଳେ ଅନେକ ଲୋକ ନିୟମ ଉଲଙ୍ଘନ କରୁଥିବା ଦେଖିବାକୁ ମିଳୁଛି । ଯେଉଁମାନଙ୍କ ଭିତରେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି । ତେବେ ନିକଟରେ କେରଳର ୱାଇନାଡରେ ଏକ ଚର୍ଚ୍ଚର ଫାଦର କିଛି ଲୋକଙ୍କୁ ନେଇ ପ୍ରାର୍ଥନା କରୁଥିବା ନଜର ଆସିଥିଲା । ଘଟଣା ଜଣାପଡିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଛି ସେମାନଙ୍କୁ ଗିରଫ କରିଥିବା ଜଣାପଡିଛି ।

ମନଥୱାଡି ପୋଲିସର ସୂଚନାନୁଯାୟୀ, ଆଜି ସକାଳେ ଚର୍ଚ୍ଚରେ କିଛି ଲୋକ ଏକତ୍ରୀତ ହୋଇ ପ୍ରାର୍ଥନା କରୁଥିବାର ନଜର ଆସିଥିଲା । ଏହାର ଖବର ମିଳିବା ମାତ୍ରେ ପୋଲିସ ସେଠାରେ ପହଞ୍ଚି 2 ଜଣ ପୂଜାରୀ ଓ 7 ଜଣ ଲୋକଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା । ତେବେ ଆଇପିସି ଧାରା 269 ଓ 188 ଆଧାରରେ ମାମଲା ରୁଜୁ କରାଯାଇଛି । ଲକ୍‌ଡାଉନ୍‌ ସମୟରେ କୌଣସି ପୂଜା, ସଭା, ଆଦି ଅନୁଷ୍ଠିତ କରିବାକୁ ମନା କରାଯାଇଥିବା ସତ୍ତ୍ବେ ବି ବାରମ୍ବାର ନିୟମ ଉଲଙ୍ଘନ କରାଯାଉଥିବା ଦେଖିବାକୁ ମିଳୁଛି ।

ଏବେ ସୁଦ୍ଧା ରାଜ୍ୟରେ ମୋଟ 174 ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ମାହାରାଷ୍ଟ୍ର ପରେ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ବିତୀୟର ରହିଛି । ସେପଟେ ଗତକାଲି(ଶନିବାର) ଜଣଙ୍କର ମୃତ୍ୟୁ ହୋଇଛି । ସୂଚନାମୁତାବକ, ବ୍ୟକ୍ତି ଜଣଙ୍କର ବୟସ 69 ଥିବାବେଳେ ସେ ଏର୍ନକୁଲମ ଜିଲ୍ଲାର ବାସିନ୍ଦା । ଦୁବାଇରୁ ଫେରିବା ପରେ ତାଙ୍କୁ 2 ମାର୍ଚ୍ଚରେ ଏକ ସରକାରୀ ଡାକ୍ତରଖାନାରେ ଆଇସୋଲେସନରେ ରଖାଯାଇଥିଲା । ଯେଉଁଠାରେ ପ୍ରଥମରେ ତାଙ୍କ ଦେହରେ ନିମୋନିଆର ଲକ୍ଷଣ ଦେଖାଯାଇଥିଲା । ପରେ ସେ କୋରୋନା ଆକ୍ରାନ୍ତ ବୋଲି ଜଣାପଡିଥିଲା । ତେବେ ଚିକିତ୍ସା ହେବା ସମୟରେ ତାଙ୍କର ହୃଦ ରୋଗ ସହ ହାଇ ବ୍ଲଡ ପ୍ରେସର ଥିବା ଜଣାପଡିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.