ETV Bharat / bharat

ପାଲଘର ହିଂସା ମାମଲାରେ 89 ଜଣଙ୍କୁ ଜାମିନ

ଶନିବାର ଦିନ ଥାନେ କୋର୍ଟ ପାଲଘର ଭିଡ ହିଂସା ମାମଲାରେ ଗିରଫ ହୋଇଥିବା 89 ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସମସ୍ତଙ୍କ ଉପରେ ଜାମିନ ପାଇଁ 15,000 ଟଙ୍କା ଲେଖାଏଁ ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Jan 16, 2021, 8:39 PM IST

palghar mob lynching case, arrested 89 peaople were got bail
ପାଲଘର ହିଂସା ମାମଲାରେ 89 ଜଣଙ୍କୁ ଜାମିନ

ମୁମ୍ବାଇ: ଥାନେ କୋର୍ଟ ପାଲଘର ଭିଡ ହିଂସା ମାମଲାରେ ଗିରଫ ହୋଇଥିବା 89 ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସମସ୍ତ 89 ଜଣଙ୍କ ଉପରେ ଜାମିନ ପାଇଁ 15,000 ଟଙ୍କା ଲେଖାଏଁ ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଲୋକମାନେ କେବଳ ଘଟଣାସ୍ଥଳରେ ଉପସ୍ଥିତ ଥିବାରୁ କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଥିଛି ।

ଏହାପୂର୍ବରୁ ଡିସେମ୍ବର 8, 2020 ରେ କୋର୍ଟ ଏହି ମାମଲାରେ 47 ଅଭିଯୁକ୍ତ ଏବଂ ନଭେମ୍ବରରେ 58 ଜଣଙ୍କୁ ଜାମିନ ପ୍ରଦାନ କରିଥିଲେ । ପୋଲିସ ଏପର୍ଯ୍ୟନ୍ତ ଏହି ମାମଲାରେ ପ୍ରାୟ 250 ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ସେମାନଙ୍କ ମଧ୍ୟରୁ 180 ରୁ ଅଧିକ ଜାମିନ ପାଇଛନ୍ତି ।

16 ଏପ୍ରିଲ 2020 ରେ ପାଲଗରରେ ଦୁଇଜଣ ସାଧୁ ମହାରାଜ (70), ସୁଶୀଲଗିରି ମହାରାଜ (35) ଏବଂ ସେମାନଙ୍କ ଡ୍ରାଇଭର ନୀଲେଶ (30) ଶିଶୁ ଚୋରି ଅଭିଯୋଗରେ ଦଳେ ଲୋକ ପିଟି ପିଟି ମାରିଦେଇଥିଲେ । ଏହି ସାଧୁମାନେ ଶେଷ ଅନ୍ତ୍ୟଷ୍ଟିକ୍ରୀୟାରେ ଯୋଗଦେବା ପାଇଁ ଗୁଜରାଟ ଯାଉଥିଲେ । ଏହି ମାମଲାରେ ମହାରାଷ୍ଟ୍ର ପୋଲିସର ସିଆଇଡି ଏକ ଅଭିଯୋଗ ଫାଇଲ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.