ETV Bharat / bharat

'ମେଘାଳୟରେ ଚାରି ମାସ ମଧ୍ୟରେ 61 ଗର୍ଭବତୀ, 877 ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି'

ଚାରି ମାସ ମଧ୍ୟରେ ମେଘାଳୟରେ ଅନ୍ତତଃ 61 ଗର୍ଭବତୀ ମହିଳା ଓ 877 ନବଜାତ ଶିଶୁ ମୃତ୍ୟୁ ବରଣ କରିଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି । ଚଳିତ ବର୍ଷ ଏପ୍ରିଲରୁ ଜୁଲାଇ ମଧ୍ୟରେ ମହାମାରୀ କୋରୋନା ଭାଇରସ କାରଣରୁ ଏହା ବୃଦ୍ଧି ପାଇଛି ।

author img

By

Published : Aug 29, 2020, 6:59 PM IST

ମେଘାଳୟରେ ଚାରି ମାସ ମଧ୍ୟରେ 61 ଗର୍ଭବତୀ, 877 ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି

ସିଲୋଂ: ଚାରି ମାସ ମଧ୍ୟରେ ମେଘାଳୟରେ ଅନ୍ତତଃ 61 ଗର୍ଭବତୀ ମହିଳା ଓ 877 ନବଜାତ ଶିଶୁ ମୃତ୍ୟୁବରଣ କରିଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି। ଚଳିତ ବର୍ଷ ଏପ୍ରିଲରୁ ଜୁଲାଇ ମଧ୍ୟରେ ମହାମାରୀ କୋରୋନା ଭାଇରସ କାରଣରୁ ଏହା ବୃଦ୍ଧି ପାଇଛି । ଚିକିତ୍ସା ସେବାରେ ଅନିୟମିତତା, ଯତ୍ନରେ ଅଭାବ, ନିମୋନିଆ କାରଣରୁ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଶୁକ୍ରବାର ସ୍ବାସ୍ଥ୍ୟବିଭାଗର ନିର୍ଦ୍ଦେଶକ ଗଣମାଧ୍ୟମକୁ କହିଛନ୍ତି ଯେ ଏହା ଏକ ଚିନ୍ତାର ବିଷୟ ଯେ ସମଗ୍ର ରାଜ୍ୟ ସ୍ବାସ୍ଥ୍ୟ କୋଭିଡ-19 ମହାମାରୀ ପାଇଁ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି ।

ସେ କହିଛନ୍ତି ଯେ ପ୍ରସବ ପାଇଁ ଡାକ୍ତରଖାନା କିମ୍ବା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇନଥିବାରୁ ଅଧିକାଂଶ ମହିଳାଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ପ୍ରତି 1000 ଜୀବନ୍ତ ଶିଶୁଙ୍କ ଜନ୍ମରେ 34 ମୃତ୍ୟୁହାର ରହିଛି ଓ ନିମୋନିଆ ହେଉଛି ଶିଶୁଙ୍କ ମୃତ୍ୟୁର ମୁଖ୍ୟ କାରଣ। ସେ ସମସ୍ତ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ପଞ୍ଜିକରଣ କରିବାକୁ ଅନୁରୋଧ କରିଛନ୍ତି । ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ କହିଛନ୍ତି ଯେ ଏହି ସମୟ ମଧ୍ୟରେ କୋଭିଡ-19 ଯୋଗୁଁ ସମୁଦାୟ 10 ଜଣଙ୍କର ମୃତ୍ୟୁ ଘଟିଛି ।

କୋଭିଡ-19 ବ୍ୟତୀତ ଅନ୍ୟ ରୋଗ କାରଣରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ 12ଟି ବଡ ଡାକ୍ତରଖାନା ରହିଛି। ରାଜ୍ୟ ରାଜଧାନୀରେ 6ଟି ବେସରକାରୀ ମାଲିକାନା ସହିତ ରାଜ୍ୟରେ ମୋଟ 28ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ 139ଟି ଜନସ୍ବାସ୍ଥ୍ୟ କେନ୍ଦ୍ର ରହିଛି। ଏହା ବ୍ୟତୀତ 11ଟି ଜିଲ୍ଲା ମୁଖ୍ୟାଳୟର ପ୍ରତ୍ୟେକରେ ସରକାରୀ ଚାଳିତ ସିଭିଲ୍ ଡାକ୍ତରଖାନା ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.