ETV Bharat / bharat

ବୟସର ଅପରାହ୍ଣରେ ପସନ୍ଦ କୌଳିକ ବୃତ୍ତି: ସିଲେଇ ଭଗବାନ 'ଚିଲ୍ଲିଲାଲ'

ଉତ୍ତରାଖଣ୍ଡ ଚାମୋଲିର ଚିଲ୍ଲିଲାଲ। ବୟସ 82 । ଆରାମ କରିବା ବୟସରେ ଏବେ ଜାରି ରଖିଛନ୍ତି ତାଙ୍କର ବୃତ୍ତି, ଆଉ ଭୁଲିନାହାଁନ୍ତି ପରିବାର ପ୍ରତି ତାଙ୍କର କର୍ତ୍ତବ୍ୟ । ସିଲେଇ କରି ଏବେ ବି ରୋଜଗାର କରୁଛନ୍ତି । ପୁଅ ଓ ନାତି ରୋଜଗାରକ୍ଷମ ହେବା ପରେ ମଧ୍ୟ ସେ ତାଙ୍କର କର୍ତ୍ତବ୍ୟରୁ ଓହରିନାହାଁନ୍ତି । ଆସନ୍ତୁ ଜାଣିବା ଏହି ସିଲେଇ ଭଗବାନଙ୍କ ବିଷୟରେ ।

author img

By

Published : Jul 8, 2019, 1:01 PM IST

ଫଟୋ ସୌଜନ୍ୟ : ଏଏନଆଇ

ଡେରାଡୁନ: ବୟସ ହେଲାଣି 82 । ଯେଉଁ ବୟସରେ ଆରାମ କରିବା କଥା, ସେ ବୟସରେ ନିଜର କର୍ତ୍ତବ୍ୟ ଜାରି ରଖିଛନ୍ତି । ପରିବାର ପୋଷିବା ସହ ନିଜର ଖୁସି ପାଇଁ ସେ ସିଲେଇ କରୁଛନ୍ତି । ଆମେ କହୁଛୁ ଉତ୍ତରାଖଣ୍ଡ ଚାମୋଲିର ଚିଲ୍ଲିଲାଲଙ୍କ କଥା ।

ଆପଣ ତାଙ୍କୁ ପ୍ରତିଦିନ ବିକାଶ କନ୍ଧ ଘାଟ ମାର୍କେଟରେ ଦେଖିପାରିବେ । ନିଜ ସିଲେଇ ମେସିନ ଧରି ସେ ଗ୍ରାହକଙ୍କ ଅପେକ୍ଷାରେ ବସିଥାନ୍ତି । ପୂର୍ବରୁ ଅର୍ଡର ଥିବା କପଡା ସିଲେଇ କରିବାରେ ନିଜକୁ ବ୍ୟସ୍ତ ରଖିଥାନ୍ତି । ମାତ୍ର 22 ବର୍ଷ ବୟସରୁ ସେ ଆରମ୍ଭ କରିଥିଲେ ଟେଲରିଂ କାମ । ଆଉ ଏହି କାମ କରି ପରିବାର ମଧ୍ୟ ପୋଷୁଥିଲେ । ହେଲେ ଦଇବର ଇଚ୍ଛା ଥିଲା ଆଉ କିଛି, ହଠାତ ଦୁର୍ଘଟଣାରେ ଚିଲ୍ଲିଲାଲଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ଫଳରେ ସେ କିଛି କାମ କରିବା ପାଇଁ ସକ୍ଷମ ନଥିଲେ । କେବେ ସେ ସିଲେଇ କରିପାରିବେ ବୋଲି ସମସ୍ତେ ଆଶା ଛାଡି ଦେଇଥିଲେ । ଦୁଃଖ କଷ୍ଟରେ ଚଳୁଥିଲା ପରିବାର ।

ହେଲେ ଏହି କଷ୍ଟ ବେଶୀ ଦିନ ରହିନଥିଲା । ହଠାତ ସୁସ୍ଥ ହୋଇ ବସିଥିଲେ ଚିଲ୍ଲିଲାଲ । ଆଉ ପୁଣି ତାଙ୍କ କାମକୁ ଫେରିଥିଲେ । ସ୍ଥାନୀୟ ଅଞ୍ଚଳରେ ସେ ସିଲେଇ ଭଗବାନ ଭାବେ ଜଣାଶୁଣା । ଟେଲରିଂ କରିବା ମୋର ହବି, ଏହି କାମ କରିବାରେ ମୁଁ ଶାନ୍ତି ପାଇଥାଏ ବୋଲି କହନ୍ତି ଚିଲ୍ଲିଲାଲ । ପୁଅ ଟେଲର ଦୋକାନ କରି ତାର ପରିବାର ପୋଷୁଥିବାବେଳେ ନାତି ଆର୍ମିରେ ଚାକିରୀ କରି ଦେଶ ସେବା କରୁଛି ବୋଲି କୁହନ୍ତି ଚିଲ୍ଲିଲାଲ ।

ଆଜିକାଲିର ଲୋକେ ସଂସ୍କୃତି ପରମ୍ପରାକୁ ଭୁଲିଯିବା ସହ ପାରମ୍ପରିକ ପୋଷାକ ଠାରୁ ମଧ୍ୟ ଧିରେ ଧିରେ ଦୂରେଇ ଗଲେଣି । ଆଉ ଖୁବ କମ ଲୋକ ସିଲେଇ କରି ପୋଷାକ ପିନ୍ଧୁଛନ୍ତି । କିନ୍ତୁ ମୁଁ ମୋର ପୂର୍ବଜଙ୍କ ବୃତ୍ତିକୁ ମରିବା ଯାଏଁ ବଞ୍ଚେଇ ରଖିଥିବି ବୋଲି କହନ୍ତି ଚିଲ୍ଲି ଲାଲ ।

Intro:Body:

BLANK  FOR LINK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.