ରାୟପୁର: ଛତିଶଗଡ ଗୃହମନ୍ତ୍ରୀଙ୍କ ତମରଧ୍ବଜ ସାହୁ 1 ଜାନୁଆରୀ 2019 ସୁଦ୍ଧା 81 ନକ୍ସଲଙ୍କୁ ଏନକାଉଣ୍ଟର କରାଯାଇଥିବା ସୂଚନା ଦେଇଛନ୍ତି । ରାଜ୍ୟ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ।
ପୂର୍ବ ମୁଖ୍ୟମନ୍ତ୍ରୀ ରମନ୍ ସିଂହଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ଗୃହମନ୍ତ୍ରୀ । ଏହାସହ ଜାନୁଆରୀ 2019ରୁ ଫେବୃଆରୀ 15 ମଧ୍ୟରେ ପ୍ରାୟ 350ଜଣ ନକ୍ସଲ ସରେଣ୍ଡର କରିଥିବା ସୂଚନା ଦେଇଛନ୍ତି ସେ ।
ଅନ୍ୟପକ୍ଷେ 57 ସାଧାରଣ ଲୋକ ଓ 25 ସୁରକ୍ଷାକର୍ମୀ ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ।
ANI ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ