ETV Bharat / bharat

କଏଦୀଙ୍କୁ କୋରୋନା: ଆର୍ଥର ରୋଡ ଜେଲର 81 କର୍ମଚାରୀ କୋରୋନା ପଜେଟିଭ

author img

By

Published : May 10, 2020, 11:47 PM IST

ମୁମ୍ବାଇର ଆର୍ଥର ରୋଡ୍ ଜେଲରେ 81ରୁ ଅଧିକ ଅନ୍ତେବାସୀ କୋରୋନା ଭାଇରସ ସଂକ୍ରମିତ ରହିଛନ୍ତି । ଜେଲରେ ମୋଟ 184ଟି ପଜେଟିଭ ରିପୋର୍ଟ ରହିଛି । ସେଥିମଧ୍ୟରୁ 26 ଜଣ କର୍ମଚାରୀ ଓ ଅନ୍ୟସମସ୍ତେ କଏଦୀ ବୋଲି ସୂଚନା ରହିଛି । ଆଇନ ଶୃଙ୍ଖଳା କାରଣରୁ ମହୁଲରେ କ୍ବାରେଣ୍ଟାଇନ ସୁବିଧା ଉପଲବ୍ଧ କରାଯାଇଛି । ଏହାସହ ଆର୍ଥର୍ ରୋଡ୍ ଜେଲର ସର୍କଲ୍ ନମ୍ବର 3 ଏବଂ ସର୍କଲ୍ ନମ୍ବର 10 ରେ ଏକ COVID କ୍ବାରେଣ୍ଟିନ ୱାର୍ଡ ଖୋଲାଯାଇଛି | ଅଧିକ ପଢନ୍ତୁ...

ଆର୍ଥର ରୋଡ ଜେଲ
ଆର୍ଥର ରୋଡ ଜେଲ

ମୁମ୍ବାଇ: ଜେଲରେ ବ୍ୟାପୁଛି କୋରୋନା । ମାରାତ୍ମକ କୋରୋନା କବଳରେ କଏଦୀ, କର୍ମଚାରୀ । ମୁମ୍ବାଇର ଆର୍ଥର ରୋଡ୍ ଜେଲରେ 81ରୁ ଅଧିକ ଅନ୍ତେବାସୀ କୋରୋନା ଭାଇରସ ସଂକ୍ରମିତ ରହିଛନ୍ତି । ଜେଲରେ ମୋଟ 184ଟି ପଜେଟିଭ ରିପୋର୍ଟ ରହିଛି । ସେଥିମଧ୍ୟରୁ 26 ଜଣ କର୍ମଚାରୀ ଓ ଅନ୍ୟସମସ୍ତେ କଏଦୀ ବୋଲି ସୂଚନା ରହିଛି ।

ଆଇନ ଶୃଙ୍ଖଳା କାରଣରୁ ମହୁଲରେ କ୍ବାରେଣ୍ଟାଇନ ସୁବିଧା ଉପଲବ୍ଧ କରାଯାଇଛି । ଏହାସହ ଆର୍ଥର୍ ରୋଡ୍ ଜେଲର ସର୍କଲ୍ ନମ୍ବର 3 ଏବଂ ସର୍କଲ୍ ନମ୍ବର 10 ରେ ଏକ COVID କ୍ବାରେଣ୍ଟିନ ୱାର୍ଡ ଖୋଲାଯାଇଛି | ଜେଜେ ହସ୍ପିଟାଲର ଡାକ୍ତର ଏବଂ ପାରାମେଡିକାଲଙ୍କ ସମେତ 7 ଜଣିଆ ଏକ ଡାକ୍ତରୀ ଦଳ କ୍ବାରେଣ୍ଟିନ ୱାର୍ଡ ପରିଦର୍ଶନ କରନ୍ତି ।

ଏହି ସମୟରେ ମୁମ୍ବାଇର ମେୟର କିଶୋରୀ ପେଡନେକର ରବିବାର ମୁମ୍ବାଇର ଆର୍ଥର ରୋଡ ଜେଲ କମ୍ପ୍ଲେକ୍ସ ପରିଦର୍ଶନ କରିଥିଲେ ଯେଉଁଠାରେ କୋରୋନାଭାଇରସ ସଂକ୍ରମିତ 77 ଅନ୍ତେବାସୀ ଏବଂ 26 ଜଣ କର୍ମଚାରୀ ରହିଛନ୍ତି ।

ଏହାସହ ସେ ଜେଲରେ ମୁତୟନ ଥିବା କର୍ମଚାରୀଙ୍କ ସହ କଥାବାର୍ତ୍ତା କରି ବିଏମସିର ଜି-ସାଉଥ ୱାର୍ଡର ଅଧିକାରୀମାନଙ୍କୁ ଏହି ଅଞ୍ଚଳକୁ ଡିସଇନଫେକ୍ଟ ଏରିଆରେ ପରିଣତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.