ଚେନ୍ନାଇ: ତାମିଲନାଡୁର କୋଏମ୍ବାଟୋରରେ ଅଭାବନୀୟ ଘଟଣା । ଜଣେ 80 ବର୍ଷିୟା ବୃଦ୍ଧା ନିଜ ନଣନ୍ଦଙ୍କ ଉପରେ ଏସିଡ ଫିଙ୍ଗିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘରୋଇ କଳହକୁ ନେଇ ଏପରି ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ରାମାଥାଲ ତାଙ୍କ ନଣନ୍ଦ ଶକୁନ୍ତଳାଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗି ରହୁଥିଲା ।
ରାମାଥାଲ ଓ ଶକୁନ୍ତଳାଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ଶନିବାର ଦିନ ଝଗଡା ହୋଇଥିଲା । ଏଥିରେ ରାମାଥାଲ ରାଗିଯାଇ ଶକୁନ୍ତଳାଙ୍କ ମୁହଁ ଉପରକୁ ଏସିଡ ଫିଙ୍ଗି ଦେଇଥିଲେ । ଫଳରେ ଶକୁନ୍ତଳା ଗୁରୁତର ହୋଇଥିଲେ। ଏପରିକି ଶକୁନ୍ତଳାଙ୍କ ନିକଟରେ ଠିଆ ହୋଇଥିବ ଜଣେ ଯୁବକ ମଧ୍ୟ ଏଥିରେ ଆହାତ ହୋଇଛନ୍ତି । ଉଭୟଙ୍କୁ ପଡୋଶୀ ଉଦ୍ଧାର କରି ମେଡିକାଲକୁ ନେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ