ମହାରାଷ୍ଟ୍ର: କରାଳ ରୂପ ଧାରଣ କରିଛି କୋରୋନା ଭାଇରସ । ଯାହାକୁ ନେଇ ଚିନ୍ତାରେ ସମଗ୍ର ବିଶ୍ବ । ତେବେ ଏହି ମହାମାରୀ ସବୁଠାରୁ ଅଧିକ ଭୟଙ୍କର ରୂପ ଧାରଣ କରିଛନ୍ତି ମହାରାଷ୍ଟ୍ର ଓ କେରଳରେ ।
କୋରୋନା ଭାଇରସରେ ପଜିଟିଭ୍ ପରୀକ୍ଷା ହୋଇଥିବା ଜଣେ 80 ବର୍ଷ ବୟସ୍କ ବ୍ୟକ୍ତିଙ୍କ ସୋମବାର ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଛି।
ଏଠାରେ ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ମାମଲା ମୋଟ 216 ରହିଛି । ଯେଉଁଥିରୁ 39 ଜଣଙ୍କୁ ଡିସଚାର୍ଜ କରାଯାଇଛି। ଏହାସହ COVID 19 କାରଣରୁ 10 ଜଣଙ୍କର ମୃତ୍ୟୁ ହୋଇଛି ।
ସୌଜନ୍ୟ@ANI