ETV Bharat / bharat

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 8 ଆତଙ୍କବାଦୀ

ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 8ଆତଙ୍କବାଦୀ । ଅଧିକ ପଢନ୍ତୁ....

author img

By

Published : Jun 19, 2020, 8:37 AM IST

Updated : Jun 19, 2020, 12:38 PM IST

2 Terrorists Killed In Separate Encounters In Jammu & Kashmir
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 2 ଆତଙ୍କବାଦୀ

ଶ୍ରୀନଗର: ଘାଟିରେ ପୁଣି ଫୁଟିଲା ଗୁଳି । ଦକ୍ଷିଣ କାଶ୍ମୀରର ପୁଲୱାମା ଏବଂ ଶୋପିଆନ ଜିଲ୍ଲାର ଦୁଇଟି ଏନକାଉଣ୍ଟରରେ ଆଠ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୁରକ୍ଷା ଅଧିକାରୀ କହିଛନ୍ତି ଯେ ପୁଲୱାମା ଜିଲ୍ଲାର ପାମ୍ପୋରର ମେଜ ଗାଁରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଶୋପିଆନର ବାନ୍ଦପୋହ ଗାଁରେ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ନିହତ ଆତଙ୍କବାଦୀଙ୍କ ପରିଚୟ ମିଳିପାରି ନାହିଁ ।

କାଶ୍ମୀର ଜୋନର ପୋଲିସ୍ ଇନ୍ସପେକ୍ଟର ବିଜୟ କୁମାର କହିଛନ୍ତି ଯେ, ମେଜରେ ଗୁରୁବାର ସକାଳେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଶୁକ୍ରବାର ସକାଳେ ଏକ ମସଜିଦରେ ଲୁଚି ରହିଥିବା ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ସେପଟେ,ସେନା ମୁଖପାତ୍ର ରାଜେଶ କାଳିଆ କହିଛନ୍ତି ଯେ, ବାନ୍ଦପୁହ ଗାଁରେ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ତେବେ ସୁରକ୍ଷାବାହିନୀ ପକ୍ଷରୁ ସେଠାରେ କୁମ୍ବିଂ ଅପରେସନ ଜାରି ରହିଛି । ଗତ 6 ମାସ ମଧ୍ୟରେ 103 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 19, 2020, 12:38 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.