ଥିରୁବନନ୍ତପୁରମ : ଆମ୍ବୁଲାନ୍ସ ମିନିଟ୍ରକ ମୁହାଁମୁହିଁ ହୋଇ 8 ଜଣଙ୍କର ମୃ୍ତ୍ୟୁ ଘଟିଛି । କେରଳ ପାଲକ୍କଡ ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା । ଆମ୍ବୁଲାନ୍ସ ଚାଳକ ସୁଧିର 8 ଜଣ ଲୋକଙ୍କୁ ନେଇ ସ୍ଥାନୀୟ ଡାକ୍ତରଖାନା ଯାଉଥିବା ବେଳେ ସାମନା ପଟୁ ଆସୁଥିବା ଏକ ଦ୍ରୁତଗାମୀ ମିନି ଟ୍ରକ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା ।
ଫଳରେ ଆମ୍ବୁଲାନ୍ସ ଚାଳକ ସମେତ 8 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ପ୍ରଥମେ କାର ଦୁ୍ର୍ଘଟଣାଗ୍ରସ୍ତ ହେବା ପରେ ଗୁରୁତର ଆହତଙ୍କୁ ସଂପର୍କୀୟ ହସ୍ପିଟାଲ ନେଉଥିଲେ । ହେଲେ ଭଗବାନଙ୍କର ଏପରି ଲୀଳା ଯେ, ସେମାନେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ ।
ବର୍ତ୍ତମାନ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି । ଆମ୍ବୁଲାନ୍ସ ଚାଳକ ସୁଧିର ଅନ୍ୟ 3 ଜଣଙ୍କ ନାମ ନସର,ଫୱାସ, ଏବଂ ସୁବେର ବୋଲ ଜଣାପଡିଥିବା ବେଳେ ଅନ୍ୟ 4 ଜଣଙ୍କର ପରିଚୟ ମିଳିପାରିନାହିଁ ।