ETV Bharat / bharat

ଲକ ଡାଉନ ଭାରତ: 4 ଦିନ ହେଲା ଭୋକରେ 8ମାସର ଗର୍ଭବତୀ - corona virus

କୋରୋନା ପାଇଁ ଲକ ଡାଉନରେ ଭାରତ । ଏହି ବନ୍ଦ ପ୍ରଭାବ ଗରିବ ଓ ଖଟିଖିଆଙ୍କ ପାଇଁ ଦାଉ ସାଜୁଛି । କାମ ଧନ୍ଦା ନପାଇ ଭୋକ ଉପାସରେ ଦିନ ମଜୁରିଆ । ଦିଲ୍ଲୀ ଜନ୍ତରମନ୍ତର ଅଞ୍ଚଳର ଜଣେ ଗର୍ଭବତୀ ମହିଳା ଦୀର୍ଘ 4ଦିନ ହେଲାଣି ଭୋକ ଉପାସରେ ଦିନ କାଟୁଛନ୍ତି । ଅଧିକ ପଢନ୍ତୁ...

ଲକ ଡାଉନ ଭାରତ:4 ଦିନ ହେଲା ଭୋକରେ 8ମାସର ଗର୍ଭବତୀ

author img

By

Published : Mar 27, 2020, 2:35 PM IST

ନୂଆଦିଲ୍ଲୀ:କୋରୋନା ମୁକାବିଲା ପାଇଁ ଯୁଦ୍ଧ କରୁଛି ଦେଶ । ସୁରକ୍ଷା ଓ ସୁରକ୍ଷିତ ନେଇ ଦେଶକୁ ବନ୍ଦ କରିବାକୁ ପଡିଛି । ହେଲେ ଏହାର ମୂଲ୍ୟ ଗରିବ ଓ ଖଟିଖିଆଙ୍କୁ ଦେବାକୁ ପଡୁଛି । ବନ୍ଦ ଯୋଗୁଁ ସବୁକିଛି ଠପ ହୋଇପଡିଛି ଫଳରେ କାମ ନପାଇ ଏବେ ଭୋକ ଉପାସରେ ଦିନ ମଜୁରିଆ । ଏଭଳି କିଛି କରୁଣ ଓ ହୃଦୟ ବିଦାରକ ଘଟଣାକୁ ଦେଖିବାକୁ ମିଳିଛି ଦିଲ୍ଲୀର ଜନ୍ତର ମନ୍ତର ଅଞ୍ଚଳରେ ।

ଜଣେ 8 ମାସର ଗର୍ଭବତୀ ଖାଇବାକୁ ନ ପାଇଁ ଦୀର୍ଘ 4 ଦିନ ହେଲାଣି ଭୋକ ଉପାସରେ ଦିନ କାଟୁଛନ୍ତି । ଗର୍ଭବତୀଙ୍କ ସ୍ବାମୀ ସଞ୍ଜୟ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି । ଦିନେ ଖଟିଲେ ଯାଇ ତାଙ୍କ ଘରେ ଚୁଲି ଜଳେ । ଆଉ ଏ ତାଲାବନ୍ଦ ଯୋଗୁଁ କାମ ଧନ୍ଦା ନଥିବାବେଳେ ହାତରେ ଟଙ୍କା ପଇସା ବି ନାହିଁ । କେବଳ 4 ଦିନର ଚାଉଳ ଥିଲା, ଯାହାକୁ ଗର୍ଭବତୀ ଜଣକ ଗୋଟିଏ ଓଳି ଖାଉଥିଲେ । ଦିନ ମଜୁରିଆ ସ୍ବାମୀ ଜଣକ 4 ଦିନ ଯାକ ଭୋକ ଉପାସରେ ରହିଛନ୍ତି । ସେପଟେ, ସେମାନଙ୍କ ପାଖରେ କୌଣସି ସରକାରୀ ସହାୟତା ପହଞ୍ଚିନଥିବା ମଧ୍ୟ ଅଭିଯୋଗ କରିଛନ୍ତି ।

ଦିଲ୍ଲୀର ଜନ୍ତର ମନ୍ତର ଅଞ୍ଚଳରେ ଏପରି 20 ରୁ ଊର୍ଦ୍ଧ୍ବ ବ୍ୟକ୍ତି ରହିଛନ୍ତି, ଯେଉଁମାନେ ଭୋକ ଉପାସରେ ଦିନ କାଟୁଛନ୍ତି । ଯେଉଁମାନଙ୍କ ମଧ୍ୟରେ ଅନେକ ବୃଦ୍ଧାବୃଦ୍ଧ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.