ETV Bharat / bharat

ଅରୁଣାଞ୍ଚଳ ପ୍ରଦେଶରେ ଭୂସ୍ଖଳନ ଓ ପ୍ରବଳ ବର୍ଷା, 8 ମୃତ - ଅରୁଣାଞ୍ଚଳ ପ୍ରଦେଶରେ ଭୂଷ୍ଖଳନ ଓ ପ୍ରବଳ ବର୍ଷା

ଅରୁଣାଚଳ ପ୍ରଦେଶ ପାପମ ପେୟାର ଜିଲ୍ଲାର ଟିଗଡୋ ଓ ମୋଦିର୍‌ଜୋ ଅଞ୍ଚଳରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ହେତୁ 8 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଅରୁଣାଞ୍ଚଳ ପ୍ରଦେଶରେ ଭୂଷ୍ଖଳନ ଓ ପ୍ରବଳ ବର୍ଷା,  8 ମୃତ

author img

By

Published : Jul 11, 2020, 8:58 AM IST

ଇଟ୍ଟାନଗର: ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ହେତୁ 8 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାସହ ଅନେକ ଧନଜୀବନ ନଷ୍ଟ ହୋଇଛି । ପାପମ ପେୟାର ଜିଲ୍ଲାର ଟିଗଡୋ ଓ ମୋଦିର୍‌ଜୋ ଅଞ୍ଚଳରେ ଏହି ଅଘଟଣ ଘଟିଛି । ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ସମେବେଦନା ଜଣାଇଛନ୍ତି । ଏହାସହ ଆବଶ୍ୟକତା ଥିବା ସମସ୍ତଙ୍କୁ ସହାୟତା ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ।

ଅରୁଣାଞ୍ଚଳ ପ୍ରଦେଶରେ ଭୂଷ୍ଖଳନ ଓ ପ୍ରବଳ ବର୍ଷା, 8 ମୃତ

ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, ପ୍ରବଳ ବର୍ଷା ଯୋଗୁଁ ଅରୁଣାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁଁ ପ୍ରାଣ ହରାଇବାରୁ ଦୁଃଖିତ | ମୋର ଚିନ୍ତାଧାରା ଶୋକସନ୍ତପ୍ତ ପରିବାର ସହିତ ଅଛି | ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ। ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରାଯାଉଛି ।

ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ଲୋକଙ୍କୁ ଅସୁରକ୍ଷିତ ସ୍ଥାନରେ ରହିବାକୁ ଅନୁରୋଧ କରିଛନ୍ତି । ଏଥିସହ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ଏହି ସମୟରେ ଅରୁଣାଚଳ ପ୍ରଦେଶ ପୋଲିସ ଏବଂ ପୂର୍ବ ସିଆଙ୍ଗ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ପ୍ରବଳ ବନ୍ୟା ହେତୁ ପାସିଘାଟର ସିବୋ କୋରୋଙ୍ଗ ନଦୀରେ ଫସି ରହିଥିବା ଏକ ଦମ୍ପତିଙ୍କୁ ଉଦ୍ଧାର କରିଥିବା ଜଣାପଡିଛି ।

ଆସନ୍ତା କିଛି ଦିନ ମଧ୍ୟରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଜୁଲାଇ 9 ରୁ ଜୁଲାଇ 11 ପର୍ଯ୍ୟନ୍ତ ସମଗ୍ର ଉତ୍ତର-ପୂର୍ବ ଭାରତ ପାଇଁ IMD ପକ୍ଷରୁ ରେଡ ୱାର୍ନିଂ ଜାରି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.