ETV Bharat / bharat

ଚକ୍ଷୁଦାନ ବାବଦରେ ୮ଟି ଭ୍ରାନ୍ତ ଧାରଣା - eye donation

ଆଖି ଓ ଦୃଷ୍ଟିଶକ୍ତି ହେଉଛି ମଣିଷକୁ ଭଗବାନଙ୍କ ଅମୂଲ୍ୟ ଦାନ । ଶରୀରରେ ଅବିଚ୍ଛେଦ୍ୟ ଅଂଗ ହେଉଛି ଚକ୍ଷୁ ବା ଆଖି । ତେବେ କିଛି ବ୍ୟକ୍ତିଙ୍କର ଚକ୍ଷୁଦାନ ବାବଦରେ ୮ଟି ଭ୍ରାନ୍ତ ଧାରଣା ରହିଛି । ଆସନ୍ତୁ ଜାଣିବା ଚକ୍ଷୁଦାନ ସମ୍ପର୍କରେ...

ଚକ୍ଷୁଦାନ ବାବଦରେ ୮ଟି ଭ୍ରାନ୍ତ ଧାରଣା
ଚକ୍ଷୁଦାନ ବାବଦରେ ୮ଟି ଭ୍ରାନ୍ତ ଧାରଣା
author img

By

Published : Aug 25, 2020, 5:17 PM IST

ଆଖି ଓ ଦୃଷ୍ଟିଶକ୍ତି ହେଉଛି ମଣିଷକୁ ଭଗବାନଙ୍କ ଅମୂଲ୍ୟ ଦାନ । ଶରୀରରେ ଅବିଚ୍ଛେଦ୍ୟ ଅଂଗ ହେଉଛି ଚକ୍ଷୁ ବା ଆଖି । ଆଖି ଥିବା ଯୋଗୁଁ ହିଁ ଆମର ସୁନ୍ଦର ପୃଥିବୀକୁ ଆମେ ଦେଖିପାରୁ । ସବୁ କାମ ନିର୍ବିଘ୍ନରେ କରୁ । କିନ୍ତୁ ଦୁନିଆରେ ଅନେକ ଲୋକ ଏ ସୌଭାଗ୍ୟରୁ ବଞ୍ଚିତ । ଜନ୍ମଗତ ତ୍ରୁଟି ବା ଜୀବନରେ କୌଣସି ଦୁର୍ଘଟଣା ଯୋଗୁଁ ସେମାନେ ନିଜର ଦୃଷ୍ଟିଶକ୍ତି ହରାଇଥାନ୍ତି । ଚକ୍ଷୁ ଦାନ ଫଳରେ ଏମାନଙ୍କ ଜୀବନରେ ପୁଣି ଆଲୋକ ଫେରିଆସିବ । ପ୍ରତିବର୍ଷ ଅଗଷ୍ଟ ୨୫ରୁ ସେପଟେମ୍ବର ୮ ତାରିଖ ଯାଏଁ ପାଳନ ହୁଏ ଜାତୀୟ ଚକ୍ଷୁ ଦାନ ପକ୍ଷ । ଚକ୍ଷୁଦାନର ଗୁରୁତ୍ୱ ସଂପର୍କରେ ସଚେତନତା ସୃଷ୍ଟି କରିବା ସହ ମୃତ୍ୟୁ ପରେ ନିଜର ଚକ୍ଷୁ ଦାନ ପାଇଁ ସମସ୍ତଙ୍କୁ ଉତ୍ସାହିତ କରିବା ଲାଗି ଏହି ପକ୍ଷ ଆୟୋଜନ କରାଯାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ କର୍ନିଆ ରୋଗ ହିଁ ଦୃଷ୍ଟି ଶକ୍ତି ହ୍ରାସ କରିବା ସହ ଅନ୍ଧତ୍ୱର ପ୍ରମୁଖ କାରଣ ହୋଇଥାଏ । ମୋତିଆବିନ୍ଦୁ ଓ ଗ୍ଲାଉକୋମା ବି ଦୃଷ୍ଟିହୀନତାର କାରଣ । ନ୍ୟାସନାଲ ହେଲଥ ପୋର୍ଟାଲ୍ ଅଫ ଇଣ୍ଡିଆ –ଏନଏଚପି ଅନୁସାରେ ଚକ୍ଷୁଦାନ ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ନ ହେବାର ବିଭିନ୍ନ କାରଣ ରହିଛି । ସଚେତନତାର ଅଭାବ ହେଉଛି ଏହାର ଏକ ମୁଖ୍ୟ କାରଣ । ଅନ୍ୟ ସବୁ କାରଣ ହେଲା –

  • ଚକ୍ଷୁ ପ୍ରତିଷ୍ଠାନ ଓ ହସପିଟାଲଗୁଡିକରେ ଆବଶ୍ୟକ ସୁବିଧାସୁଯୋଗର ଅଭାବ ।
  • ପ୍ରଶିକ୍ଷିତ କର୍ମଚାରୀଙ୍କ ମଧ୍ୟରେ ବି ଉତ୍ସାହର ଅଭାବ ।
  • ଚକ୍ଷୁଦାନକୁ ନେଇ ଥିବା ସାମାଜିକ ଓ ଧାର୍ମିକ ଭ୍ରାନ୍ତ ଧାରଣା । ଚକ୍ଷୁଦାନ ବାବଦରେ କେତେକ ସାଧାରଣ ଭ୍ରାନ୍ତ ଧାରଣା ରହିଛି । ସେ ସବୁ ଧାରଣା ଦୂର ହେବା ଉଚିତ ।

୧. ମୋର ଦୁର୍ବଳ ଦୃଷ୍ଟିଶକ୍ତି ରହିଛି, ତେଣୁ ଚକ୍ଷୁ ଦାନ କରିପାରିବି ନାହିଁ ।

ସୌଭାଗ୍ୟବଶତଃ ଦୁର୍ବଳ ଦୃଷ୍ଟିଶକ୍ତି ଚକ୍ଷୁଦାନ ପ୍ରକ୍ରିୟାରେ ପ୍ରତିବନ୍ଧକ ସାଜି ନ ଥାଏ । ଯେଉଁମାନେ ଚଷମା ଓ ଲେନ୍ସ ପିନ୍ଧନ୍ତି ବା ଯେଉଁମାନେ ଆଖି ଅସ୍ତ୍ରୋପଚାର କରିଛନ୍ତି, ସେମାନେ ଚକ୍ଷୁଦାନ କରିପାରିବେ । ଯେକୌଣସି ବୟସ ବର୍ଗ ଓ ବ୍ଲଡ ଗ୍ରୁପ୍ ଲୋକ ଚକ୍ଷୁ ଦାନ କରିପାରିବେ ।

୨. ପରଜନ୍ମରେ ମୁଁ ଅନ୍ଧ ହୋଇ ଜନ୍ମ ନେବି ।

ଏହା ସଂପୂର୍ଣ୍ଣ ଅନ୍ଧବିଶ୍ୱାସ । ଆଖି ବା ଅନ୍ୟ କୌଣସି ଅଂଗ ଦାନ କରିବା ମହାପୁଣ୍ୟ ହୋଇଥାଏ । ଏହା ସବ ଶ୍ରେଷ୍ଠ ଦାନ ହୋଇଥାଏ ।

୩. ଚକ୍ଷୁଦାନ କଲେ ମୋ ଚେହେରା ଖରାପ ହୋଇଯିବ ।

ନା, ଏମିତି ହେବ ନାହିଁ । କେବଳ ନେତ୍ରପଟଳ ହିଁ କଢାଯିବ । ସଂପୂର୍ଣ୍ଣ ଆଖି ନୁହେଁ । କିଛି ନିର୍ଦ୍ଦିଷ୍ଟ ମାମଲାରେ ଏକ ପ୍ରସଥେଟିକ୍ ରଖାଯାଇପାରେ ।

୪. ମୁଁ ପ୍ରତିଶ୍ରୁତି ନଦେଲେ ଚକ୍ଷୁଦାନ କରିପାରିବି ନାହିଁ ।

ଏହା ଭୁଲ୍ ଧାରଣା । ବଂଚିଥିବା ବେଳେ ଜଣ ଯଦି ନିଜ ଚକ୍ଷୁ ଦାନ କରିବା ପ୍ରତିଶ୍ରୁତି ଦେଇ ନଥିଲେ ମଧ୍ୟ ପରିବାରର ସଦସ୍ୟ ମୃତ ବ୍ୟକ୍ତିର ଆଖି ଦାନ ଦେଇପାରିବେ ।

୫. ମୋ ଜୀବନ ବଞ୍ଚାଇବା ଲାଗି ଡାକ୍ତରମାନେ ପରିଶ୍ରମ କରିବେ ନାହିଁ ।

ସେ ଯାହା ହେଉ ନା ପଛେ, ଡାକ୍ତରମାନେ ଜଣଙ୍କର ଜୀବନ ବଞ୍ଚାଇବା ପ୍ରାଣପଣେ ଉଦ୍ୟମ କରିଥାନ୍ତି । କେବଳ ବ୍ୟକ୍ତିର ମୃତ୍ୟୁ ପରେ ହିଁ ତାଙ୍କର ଆଖି ଦାନ କରାଯାଇପାରିବ ।

୬. ଚକ୍ଷୁଦାନ କରିଥିବା ବ୍ୟକ୍ତିର ପରିବାର ଟଙ୍କା ମାଗିବେ ।

ଏହା ଆଉ ଏକ ଭୁଲ ଧାରଣା । ଚକ୍ଷୁଦାନ ପାଇଁ କୌଣସି ଅର୍ଥ ଦାବି କରାଯାଏ ନାହିଁ । ଏହା ଏକ ଦାତବ୍ୟ ସେବା ।

୭. ମୁଁ ଚକ୍ଷୁଦାନ କଲେ ଡାକ୍ତରମାନେ ପଇସା ପାଇବେ ।

ନା । ଜଣକର ଆଖି ବା ଅନ୍ୟ ଅଂଗପ୍ରତ୍ୟଙ୍ଗ କିଣା ବିକା ହୋଇପାରିବ ନାହିଁ । ଏହା ଦଣ୍ଡନୀୟ ଅପରାଧ । ଅନୁଦାନ ପ୍ରକ୍ରିୟାରେ ଅର୍ଥ କାରବାରର ସ୍ଥାନ ନ ଥାଏ ।

୮. ଚକ୍ଷୁଦାନ ଏକ ଲମ୍ବା ପ୍ରକ୍ରିୟା

ନା, ବ୍ୟକ୍ତିର ମୃତ୍ୟୁ ସଂପର୍କରେ ସଂପୃକ୍ତ ଅଧିକାରୀମାନେ ଅବଗତ ହେଲେ ପ୍ରକ୍ରିୟା ପୂରଣ ଲାଗି ମାତ୍ର ୧୫ରୁ ୨୦ ମିନିଟ ସମୟ ଲାଗିବ । ଆପଣ ଯଦି ଆଉ ଏ ସୁନ୍ଦର ବିଶ୍ୱକୁ ଦେଖିବାକୁ ସମର୍ଥ ହେବେ ନାହିଁ, ତାହା ହେଲେ ଆଉ ଜଣେ କେହି ଦେଖିପାରିବ । ତେଣୁ ମାନବ ସେବା ପାଇଁ ଆପଣଙ୍କୁ ଚକ୍ଷୁଦାନ ଭଳି ମହାନ ସେବାରେ ବ୍ରତୀ ହେଲେ କିଛି ଅସୁବିଧା ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.