ETV Bharat / bharat

ବିରଳ ଅସ୍ତ୍ରୋପ୍ରଚାର: ମହିଳାଙ୍କ ପେଟରୁ ବାହାରିଲା 7କେଜିର ଟ୍ୟୁମର - ବିରଳ ଅସ୍ତ୍ରୋପ୍ରଚାର

ମହିଳାଙ୍କ ପେଟରୁ ବାହାରିଲା 7କେଜିର ଟ୍ୟୁମର। ସାତ ଘଣ୍ଚାରେ ହୋଇଛି ଏହି ବିରଳ ଅସ୍ତ୍ରୋପ୍ରଚାର । ତାମିଲନାଡୁର ଏକ ହସ୍ପିଟାଲରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ।

ଫଟୋ ସୌଜନ୍ୟ: ଟ୍ବିଟର@ANI
author img

By

Published : Sep 16, 2019, 10:15 AM IST

ଚେନ୍ନାଇ: ସାତ ଘଣ୍ଟାର ଅସ୍ତ୍ରୋପ୍ରଚାର ପରେ ପେଟରୁ ବାହାରିଲା 7 କେଜିର ଟ୍ୟୁମର । ତାମିଲନାଡୁ କୋଏମ୍ବାଟୁରର ହସ୍ପିଟାଲରେ ଘଟିଛି ଏହି ଘଟଣା। ଜଣେ 56 ବର୍ଷିୟା ମହିଳା ପାଇଛନ୍ତି ନୂଆ ଜୀବନ ।

ଦୁଇ ବର୍ଷ ତଳେ ପେଟରେ ଯନ୍ତ୍ରଣାକୁ ନେଇ ଡାକ୍ତରଙ୍କ ପରାମର୍ଶ ନେଇଥିଲେ ମହିଳା। ଫଳରେ ଡାକ୍ତର ତାଙ୍କର ଅପରେସନ କରିଥିଲେ । ହେଲେ ପୁଣି ପେଟରେ ଦେଖାଦେଇଥିଲା ଅସହ୍ୟ ଯନ୍ତ୍ରଣା । ତେଣୁ ପୁଣି ଡାକ୍ତରଖାନା ଆସିଥିଲେ ମହିଳା । ପରୀକ୍ଷାନୀରିକ୍ଷା ପରେ ଡାକ୍ତର ପେଟରେ ଟ୍ୟୁମର ଥିବା କହିଥିଲେ । ଆଉ ଏହାର ଅସ୍ତ୍ରୋପ୍ରଚାର ନିହାତି ଆବଶ୍ୟକ ବୋଲି କହିଥିଲେ ।

ଅପରେସନ ବେଡରେ ଡାକ୍ତର ଟ୍ୟୁମରର ଆକାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଟ୍ୟୁମରଟି ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ଧିରେ ଧିରେ ବ୍ୟାପିବାରେ ଲାଗିଥିଲା। ଶେଷରେ 7 କେଜିର ଟ୍ୟୁମର ବାହାର କରିବାରେ ସକ୍ଷମ ହୋଇଥିଲେ ଡାକ୍ତର ସେନ୍ଦିଲ କୁମାର ଓ ଟିମ । ଏତେ ବଡ ଅସ୍ତ୍ରୋପ୍ରଚାର ଆମ ପାଇଁ ଖୁବ ଚ୍ୟାଲେଞ୍ଜିଂ ଥିଲା । ତଥାପି ସଫଳ ଅପରେସନ ପରେ ମହିଳା ବର୍ତ୍ତମାନ ସୁସ୍ଥ ଥିବା ସୂଚନା ଦେଇଛନ୍ତି ଡାକ୍ତର।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.