ମୁମ୍ବାଇ: ମହାରାଷ୍ଟ୍ରରେ ଥମିବାର ନାମ ନେଉନି କୋରୋନା ମାମଲା । ପ୍ରତିଦିନ ପ୍ରାୟ 500 ଉପରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଶୁକ୍ରବାର 1008 ପଜିଟିଭ ଚିହ୍ନଟ ହୋଇଥିବାବେଳେ ଶନିବାର ଏଥିରେ ସାମାନ୍ୟ ହ୍ରାସ ଘଟିିଛି । ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ 24 ଘଣ୍ଟାରେ 790 ପଜିଟିଭ ସ୍ପଷ୍ଟ ହୋଇଛନ୍ତି । ଏଥିରୁ କେବଳ ମୁମ୍ବାଇରେ ଅର୍ଦ୍ଧାଧିକ ଆକ୍ରାନ୍ତ ଅଛନ୍ତି ।
ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 12 ହଜାର 296ରେ ପହଞ୍ଚିଛି । ସେହିପରି ଶନିବାର 36 ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା 521 ଛୁଇଁଛି । ଏପର୍ଯ୍ୟନ୍ତ 2000 ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । କେବଳ ଶନିବାର 121 ଜଣ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ତେବେ ମୁମ୍ବାଇରେ ସବୁଠାରୁ ଅଧିକ ଆକ୍ରାନ୍ତ ରହିଛନ୍ତି । ଶନିବାର ଏଠାରେ 547 ନୂଆ ପଜିଟିଭ ଚିହ୍ନଟ ହୋଇଛି । ସେହିପରି 27 ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ମାୟାନଗରୀରେ ମୋଟ ଆକ୍ରାନ୍ତ 8172 ଏବଂ ମୃତ୍ୟୁ ସଂଖ୍ୟା 322ରେ ପହଞ୍ଚିଛି । 24 ଘଣ୍ଟା ଭିତରେ 137 ଜଣ ସୁସ୍ଥ ହୋଇଛନ୍ତି । ମୋଟ ଏଠାରେ 1704 ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।
ସୌଜନ୍ୟ@ANI