ETV Bharat / bharat

ୟୁପିରେ 78 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଇନ୍ଦୋରରେ 245

author img

By

Published : Apr 17, 2020, 11:18 AM IST

ଉତ୍ତରପ୍ରଦେଶରେ 78 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଉତ୍ତରପ୍ରଦେଶ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 805ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

corona
ୟୁପିରେ 78 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଲକ୍ଷ୍ନୌ: ଦେଶରେ ଦ୍ରୁତ ଗତିରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହା ମଧ୍ୟରେ ଉତ୍ତରପ୍ରଦେଶରେ 78 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଉତ୍ତରପ୍ରଦେଶ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 805ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରେ 17 ଜଣ ଆକ୍ରାନ୍ତ ସୁସ୍ଥ ଥିବାବେଳେ 74 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାଛଡା ଉତ୍ତରପ୍ରଦେଶରେ କୋରୋନା ମୃତ୍ୟୁ ସଂଖ୍ୟା 13ରେ ପହଞ୍ଚିଛି ।

ସେହିପରି ମଧ୍ୟପ୍ରଦେଶ ଇନ୍ଦୋରରେ ଗତ 24 ଘଣ୍ଟାରେ 245 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଇନ୍ଦୋରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 842ରେ ପହଞ୍ଚିଥିବା ଇନ୍ଦୋର ମେଡିକାଲ ଓ ସ୍ବାସ୍ଥ୍ୟ ବିଭାଗ ମୁଖ୍ୟ ଡ ପ୍ରବୀଣ ଜାଦିଆ ସୂଚନା ଦେଇଛନ୍ତି ।

ଏଥିସହ ସେ କହିଛନ୍ତି ଚିହ୍ନଟ ହୋଇଥିବା 245 ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଆକ୍ରାନ୍ତ ଅନ୍ୟ ରାଜ୍ୟର ଥିବା ଜଣାପଡିଛି ।

ପ୍ରକାଶ ଥାଉକି, ମଧ୍ୟପ୍ରଦେଶରେ ବର୍ତ୍ତମାନ ସୁଦ୍ଧା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1120ରେ ପହଞ୍ଚିଛି । ଏଥିସହ ରାଜ୍ୟରେ 53 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ସେଥିମଧ୍ୟରୁ କେବଳ ଇନ୍ଦୋରର 47 ଆକ୍ରାନ୍ତ ଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.