ETV Bharat / bharat

ମହାରାଷ୍ଟ୍ରରେ କୋରୋନା ପ୍ରଳୟ: ଗୋଟିଏ ଦିନରେ 771 କେସ - ମହାରାଷ୍ଟ୍ରରେ କୋରୋନା କେସ

ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 14 ହଜାର 541 ପହଞ୍ଚିଛି । ମଙ୍ଗଳବାର ଏହା 15 ହଜାର ପାର କରିବା ନିଶ୍ଚିତ ବୋଲି ଜଣାପଡୁଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ କୋରୋନା ପ୍ରଳୟ: ଗୋଟିଏ ଦିନରେ 771 କେସ

author img

By

Published : May 5, 2020, 12:25 AM IST

ମୁମ୍ବାଇ: ଦିନକୁ ଦିନ ବିଗୁଡୁଛି ମହାରାଷ୍ଟ୍ର ସ୍ଥିତି । ରାଜ୍ୟରେ କୋରୋନା ରଚିଛି ପ୍ରଳୟ । 24 ଘଣ୍ଟାରେ ନୂଆ 771ଟି ମାମଲା ସାମନାକୁ ଆସିଛି । ଏହାସହ ସୋମବାର 35 ଜଣଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 14 ହଜାର 541 ପହଞ୍ଚିଛି । ମଙ୍ଗଳବାର ଏହା 15 ହଜାର ପାର କରିବା ନିଶ୍ଚିତ ବୋଲି ଜଣାପଡୁଛି । ଦେଶରେ ପ୍ରଥମ ରାଜ୍ୟ ଭାବେ ଏଠାରେ ଆକ୍ରାନ୍ତ 15 ହଜାର ଟପିବ । ସେହିପରି ମୋଟ ମୃତ୍ୟୁ ସଂଖ୍ୟା 583 ଛୁଇଁଛି । ସେହିପରି ରାଜ୍ୟରୁ ଏବେ ସୁଦ୍ଧା ପ୍ରାୟ 35 ହଜାର ପ୍ରବାସୀ ଶ୍ରମିକଙ୍କୁ ଅନ୍ୟ ରାଜ୍ୟକୁ ପଠାଯାଇଥିବା ସୂଚନା ରହିଛି ।

ତେବେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମୁମ୍ବାଇ । ସୋମବାର 510ଟି ନୂଆ କୋଭିଡ 19 ପଜିଟିଭ କେସ ବାହାରିଛି । ସେହିପରି 18 ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ମାୟା ନଗରୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 9123 ରହିଛି । ମୃତ୍ୟୁ ସଂଖ୍ୟା 361 ପହଞ୍ଚିଛି ବୋଲି ଗ୍ରେଟର ମୁମ୍ବାଇ ପୌର ପରିଷଦ ସୂଚନା ଦେଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.