ETV Bharat / bharat

ଗଲୱାନ ସଂଘର୍ଷରେ 20 ଯବାନ ଶହୀଦଙ୍କ ସମେତ ଆହତ ହୋଇଥିଲେ 76 ସେନା

author img

By

Published : Jun 19, 2020, 10:31 AM IST

ପୂର୍ବ ଲଦାଖର ଗଲୱାର ସଂଘର୍ଷରେ କେବଳ ଯବାନ ଶହୀଦ ହୋଇନାହାଁନ୍ତି ଅନେକ ଆହତ ମଧ୍ୟ ହୋଇଛନ୍ତି । ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସୁଧୁରି ଥିବାବେଳେ ଖୁବଶୀଘ୍ର କାର୍ଯ୍ୟରେ ଯୋଗ ଦେବେ । ଅଧିକ ପଢନ୍ତୁ...

ଗଲୱାନ ସଂଘର୍ଷରେ 20 ଯବାନ ଶହୀଦଙ୍କ ସମେତ ଆହତ ହୋଇଥିଲେ 76 ସେନା
ଗଲୱାନ ସଂଘର୍ଷରେ 20 ଯବାନ ଶହୀଦଙ୍କ ସମେତ ଆହତ ହୋଇଥିଲେ 76 ସେନା

ନୂଆଦିଲ୍ଲୀ: ପୂର୍ବ ଲଦାଖ ଗଲୱାନ ଉପତ୍ୟାକାରେ ଚୀନ ସହ ସଂଘର୍ଷ ଘଟି 20 ଯବାନ ଶହୀଦ ହୋଇଥିବାବେଳେ 76 ଜଣ ସେନା ଆହତ ହୋଇଛନ୍ତି । ସମସ୍ତ ଆହତ ଯବାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଶ୍ବସ୍ତିର କଥା ସେମାନଙ୍କୁ ମଧ୍ୟରୁ କେହି ଗୁରୁତର ନାହାଁନ୍ତି । ଖୁବଶୀଘ୍ର କାର୍ଯ୍ୟରେ ଯୋଗଦେବେ।

ଆହତ ସେନାଙ୍କ ମଧ୍ୟରୁ 18 ଜଣ ଲେହ ହସ୍ପିଟାଲରେ ଚିକିତ୍ସାଧିନ ଥିବାବେଳେ 15 ଦିନ ମଧ୍ୟରେ ସେମାନେ କାର୍ଯ୍ୟରେ ଯୋଗ ଦେବେ । ଅନ୍ୟ 56 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି । ଏମାନେ ଗୋଟିଏ ସପ୍ତାହ ମଧ୍ୟରେ ଯୋଗ ଦେବେ ।

ପାଟ୍ରୋଲିଂ ପଏଣ୍ଟ 14 ନିକଟରେ ଭାରତୀୟ ସେନାଙ୍କୁ ଲୁହା ରଡ, ନଖରେ ଲାଗିଥିବା କ୍ଲବ,ପଥର ଓ ତାରରେ ଗୁଡ଼ାଇ ଆକ୍ରମଣ କରାଯାଇଥିଲା । ସେପଟେ, ଭାରତ ସହ ସଂଘର୍ଷରେ ଚାଇନାର ବ୍ୟାପକ କ୍ଷୟକ୍ଷତି ହୋଇଥିବା କୁହାଯାଉଥିଲେ ମଧ୍ୟ ବେଜିଂ ପକ୍ଷରୁ କୌଣସି ସୂଚନା ଜାରି ହୋଇନାହିଁ । ଭାରତ ସେନା ପକ୍ଷରୁ ପ୍ରଥମେ ଶହୀଦଙ୍କ ସଂଖ୍ୟା ଜାରି କରିବା ପରେ ଏବେ ଆହତଙ୍କ ସଂଖ୍ୟା ବିଷୟରେ ମଧ୍ୟ ସୂଚନା ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.