ETV Bharat / bharat

ଦିଲ୍ଲୀ ୟେଲୋ ଲାଇନକୁ ଗଡିଲା ମେଟ୍ରୋ, 4 ଘଣ୍ଟାରେ 7500 ଯାତ୍ରୀ କଲେ ଯାତ୍ରା

author img

By

Published : Sep 7, 2020, 6:23 PM IST

କୋରୋନା କାରଣରୁ 169 ଦିନ ବନ୍ଦ ରହିଥିବା ମେଟ୍ରୋ ସେବା ସୋମବାରଠୁ ପୁଣି ଟ୍ରାକରେ ଗଡିଛି । ଟ୍ରେନ ପ୍ରଥମେ ଦିଲ୍ଲୀ ୟେଲୋ ଲାଇନକୁ ଗଡିଛି । ସକାଳ ସମୟରେ 4 ଘଣ୍ଟା ପାଇଁ ଚାଲିଥିଲା ଏହି ଟ୍ରେନ । ଯେଉଁଥିରେ 7500 ଯାତ୍ରୀ ଯାତ୍ରା କରିଥିଲେ । ଅଧିକ ପଢନ୍ତୁ...

ଦିଲ୍ଲୀ ୟେଲୋ ଲାଇନକୁ ଗଡିଲା ମେଟ୍ରୋ, 4 ଘଣ୍ଟାରେ 7500 ଯାତ୍ରୀ କଲେ ଯାତ୍ରା
ଦିଲ୍ଲୀ ୟେଲୋ ଲାଇନକୁ ଗଡିଲା ମେଟ୍ରୋ, 4 ଘଣ୍ଟାରେ 7500 ଯାତ୍ରୀ କଲେ ଯାତ୍ରା

ନୂଆଦିଲ୍ଲୀ: କୋରୋନା କାରଣରୁ 169 ଦିନ ବନ୍ଦ ରହିଥିବା ମେଟ୍ରୋ ସେବା ସୋମବାରଠୁ ପୁଣି ଟ୍ରାକରେ ଗଡିଛି । ଟ୍ରେନ ପ୍ରଥମେ ଦିଲ୍ଲୀ ୟେଲୋ ଲାଇନକୁ ଗଡିଛି ଅର୍ଥାତ୍ ସମୟପୁର ବାଦଲୀରୁ ହୁଡ୍ଡା ସିଟି ସେଣ୍ଟରକୁ ଗଡିଛି ଏହି ଟ୍ରେନ । ସକାଳ ସମୟରେ 4 ଘଣ୍ଟା ପାଇଁ ଚାଲିଥିଲା ଏହି ଟ୍ରେନ । ଯେଉଁଥିରେ 7500 ଯାତ୍ରୀ ଯାତ୍ରା କରିଥିଲେ । ସେହିପରି ସନ୍ଧ୍ୟା 4ଟାରୁ ରାତି 8ଟା ପର୍ଯ୍ୟନ୍ତ ପୁଣି ଏହି ଟ୍ରେନ ଯାତ୍ରୀ ନେଇ ଗଡିବ ।

ମିଳିଥିବା ସୂଚନାନୁସାରେ, ଡିଏମଆରସି 3ଟି ପର୍ଯ୍ୟାୟରେ ଅର୍ଥାତ୍ ସେପ୍ଟେମ୍ବର 7ରୁ 12 ମଧ୍ୟରେ ମେଟ୍ରୋ ସେବା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବ । ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ଦିଲ୍ଲୀରେ ୟେଲୋ ଲାଇନରେ ମେଟ୍ରୋ ଚଳାଚଳ ଆରମ୍ଭ ହୋଇଛି । ସୋମବାର ସକାଳୁ ଯାତ୍ରୀ ୟେଲୋ ଲାଇନକୁ ଯାତ୍ରା କରିଛନ୍ତି । କିନ୍ତୁ କୋରୋନା ସଂକ୍ରମଣ ଏବଂ ସୋସିଆଲ ଡିଷ୍ଟାନ୍ସିଂକୁ ଦୃଷ୍ଟିରେ ରଖି ସୀମିତ ପରିମାଣରେ ଯାତ୍ରୀ ମେଟ୍ରୋରେ ଯାତ୍ରା କରିଛନ୍ତି । ଡିଏମଆରସି ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ଅନୁଯାୟୀ ସକାଳ 7ରୁ 11ପର୍ଯ୍ୟନ୍ତ ଗଡିଥିବା ମେଟ୍ରୋରେ ପାଖାପାଖି 7500 ଯାତ୍ରୀ ଯାତ୍ରା କରିଥିଲେ ।

ଡିଏମଆରସି ପକ୍ଷରୁ ଜାରି ଏକ ବିବୃତ୍ତିରେ ଯାତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ କୁହାଯାଇଛି ଯେ, ଯାତ୍ରୀ ଯାତ୍ରା ସମୟରେ ସୋସିଆଲ ଡିଷ୍ଟାନ୍ସିଂ ଏବଂ ଅନ୍ୟ ନିୟମର ପାଳନ କରିଥିଲେ । ସେମାନେ ନିଜେ ସତର୍କ ହେବା ସହ ମେଟ୍ରୋ କର୍ତ୍ତୃପକ୍ଷଙ୍କ ଦ୍ବାରା ଜାରି ନିୟମକୁ ମଧ୍ୟ ପାଳନ କରୁଛନ୍ତି । ସୋମବାର ଆରମ୍ଭ ହୋଇଥିବା ଟ୍ରେନ ସେବା ଅତ୍ୟନ୍ତ ସନ୍ତୋଷଜନକ ରହିଥିଲା । ଆଗାମୀ ଦିନରେ ମଧ୍ୟ ଯାତ୍ରୀ ଏଭଳି ସତର୍କତା ସହ ଯାତ୍ରା କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.