ETV Bharat / bharat

86 ମିନିଟ ଧରି ଦେଶକୁ ସମ୍ୱୋଧିତ କଲେ ମୋଦି, 2016 ରେ ଦେଇଥିଲେ ସବୁଠୁ ଲମ୍ବା ଭାଷଣ

କୋରୋନା କଟକଣା ମଧ୍ୟରେ ହର୍ଷ ଉଲ୍ଲାସରେ ଦେଶବ୍ୟାପୀ ଉଡିଛି ତ୍ରିରଙ୍ଗା । 74ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ଠାରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ଆଜି ମୋଦିଙ୍କ ଭାଷଣ 86 ମିନିଟର ରହିଥିଲା । ଏହା ପୂର୍ବରୁ 2016 ମସିହାରେ 94 ମିନିଟ ର ଲମ୍ୱା ଭାଷଣ ଦେଇଥିଲେ ମୋଦି ।

86 ମିନିଟ୍‌ ଧରି ଦେଶକୁ ସମ୍ୱୋଧିତ କଲେ ମୋଦି, 2016ରେ ଥିଲା ସବୁଠୁ ଲମ୍ବା ଭାଷଣ

author img

By

Published : Aug 15, 2020, 4:47 PM IST

ନୂଆଦିଲ୍ଲୀ: କୋରୋନା କଟକଣା ମଧ୍ୟରେ ହର୍ଷ ଉଲ୍ଲାସରେ ଦେଶବ୍ୟାପୀ ଉଡିଛି ତ୍ରିରଙ୍ଗା । 74ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ଠାରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ଆଜି ମୋଦିଙ୍କ ବାର୍ତ୍ତା 86 ମିନିଟର ରହିଥିଲା । ଏହା ପୂର୍ବରୁ 2016 ମସିହାରେ 94 ମିନିଟର ଲମ୍ୱା ଭାଷଣ ଦେଇଥିଲେ ମୋଦି ।

2014ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ଲାଲକିଲ୍ଲାରେ 65 ମିନିଟ ଧରି ଭାଷଣ ଦେଇଥିଲେ । ଏହାପରେ 2015 ରେ 86 ମିନିଟର ଭାଷଣ ଦେଇଥିଲେ । ସେହିପରି 2016 ରେ 94 ମିନିଟ୍ ଥିବାବେଳେ 2017 ରେ ସବୁଠାରୁ ଛୋଟ ଭାଷଣ ଅର୍ଥାତ 57 ମିନିଟ୍ ଏବଂ 2018 ରେ 82 ମିନିଟ୍ ଧରି ଦେଶକୁ ସମ୍ବୋଧିତ କରିଥିଲେ ।

2019 ରେ ଏନଡିଏର ଜବରଦସ୍ତ ବିଜୟ ସହିତ ନରେନ୍ଦ୍ର ମୋଦି ପୁଣି ଥରେ କ୍ଷମତାକୁ ଆସିଲେ । 15 ଅଗଷ୍ଟରେ ଷଷ୍ଠ ଥର ପାଇଁ ନରେନ୍ଦ୍ର ମୋଦି ମେ 2019 ରେ ନିର୍ବାଚନ ପରେ ଦେଶକୁ ସମ୍ବୋଧିତ କରିଥିଲେ । ସେତେବେଳେ ମୋଦିଙ୍କ ଭାଷଣ 92 ମିନିଟ୍ ଥିଲା ।

ଏହାସହ ପ୍ରଧାନମନ୍ତ୍ରୀ ମୋଦି ଏକ ରେକର୍ଡ କରିଛନ୍ତି । ସେ ସପ୍ତମ ଥର ପାଇଁ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଇଛନ୍ତି । ଲାଲକିଲ୍ଲାରେ ଅଧିକ ଥର ତ୍ରିରଙ୍ଗା ଉଡାଇବାର ରେକର୍ଡ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ନାମରେ ରହିଛି । ଏହା ପରେ ଇନ୍ଦିରା ଗାନ୍ଧୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଏହି ତାଲିକାରେ ମନମୋହନ ସିଂଙ୍କ ନାମ ତୃତୀୟ ସ୍ଥାନରେ ରହିଛି । ତେବେ ପ୍ରଧାନମନ୍ତ୍ରୀ ମୋଦି ଚତୁର୍ଥସ୍ଥାନରେ ରହିଛନ୍ତି ।

ଏଠାରେ ସୂଚନା ଥାଉ ଯେ, ପଣ୍ଡିତ ଜବାହାରଲାଲ ନେହେରୁ 17 ଥର ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଇଥିବା ବେଳେ ଇନ୍ଦିରା ଗାନ୍ଧୀ 16 ଥର, ମନମୋହନ ସିଂ 10 ଥର ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଇଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.