ETV Bharat / bharat

ଆଜି 72ତମ ଆର୍ମି ଡେ, ଛୁଟୁଛି ଶୁଭେଚ୍ଛାର ସୁଅ - 72th Indian army day celebration

ଭାରତୀୟ ଯବାନ 72ତମ ସ୍ଥଳସେନା ଦିବସ ପାଳନ କରୁଛି । ଏଥିଲାଗି ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

72ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ସ୍ଥଳସେନା

author img

By

Published : Jan 15, 2020, 9:30 AM IST

Updated : Jan 15, 2020, 1:27 PM IST

ହାଇଦ୍ରାବାଦ: ଆଜି ଭାରତୀୟ ସ୍ଥଳସେନା ଦିବସ । ପ୍ରତିବର୍ଷ ଜାନୁଆରୀ 15କୁ ଭାରତୀୟ ସ୍ଥଳସେନା ଦିବସ ରୂପେ ପାଳନ କରାଯାଏ । ଭାରତୀୟ ଯବାନ 72ତମ ସ୍ଥଳସେନା ଦିବସ ପାଳନ କରୁଛି । ଏଥିଲାଗି ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟିଛି ।ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲ ଭାରତୀୟ ସ୍ଥଳସେନାଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଇଣ୍ଡିଆନ ଆର୍ମୀର ଚିନାର କର୍ପ୍ସ ଭାରତୀୟ ଯବାନଙ୍କ ଉପରେ ଏକ ଭିଡିଓ ଜାରି କରିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିଜ ଟ୍ବିଟର ଆକାଉଣ୍ଟରେ ଭାରତୀୟ ସ୍ଥଳସେନାଙ୍କର ଏକ ଫଟୋ ପୋଷ୍ଟ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, ‘ଭାରତୀୟ ଯବାନଙ୍କ ପାଇଁ ଆଜି ଆମ ଦେଶ ଗର୍ବିତ । ବହୁ ଯବାନ ଭାରତ ମାଟି ପାଇଁ ନିଜ ଜୀବନକୁ ଉତ୍ସର୍ଗିକୃତ କରିଛନ୍ତି । ଆଉ ସେମାନଙ୍କ ପାଇଁ ଭାରତ ଆଜି ସୁରକ୍ଷିତ ।’ ସେହିପରି ଏହି ଦିବସ ଉପଲକ୍ଷେ ନ୍ୟାଶନାଲ ୱାର ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସିଡିଏସ ଜେନରାଲ ବିପିନ ରାୱତ ଓ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନାରୱାନେ ।

ସୂଚନା ଥାଉକି, ପ୍ରଥମ ଥର ପାଇଁ ୧୯୪୯ ମସିହା ଜାନୁଆରୀ ୧୫ରେ ଏହି ଦିବସ ପାଳନ କରାଯାଇଥିଲା । ଫିଲ୍ଡ ମାର୍ସଲ କୋଡାନଦେରା ଏମ କରିଆପ୍ପା ଭାରତୀୟ ସ୍ଥଳସେନାର ଅଧ୍ୟକ୍ଷ ଦାୟିତ୍ୱ ନେଇଥଲେ । ଭାରତୀୟ ସୈନ୍ୟ ବାହିନୀର ଏକ ଅଂଶ ହେଉଛି ସ୍ଥଳସେନା । ଏହା ସେତେବେଳେ ବ୍ରିଟିଶ ଭାରତୀୟ ସେନା ନାମରେ ପରିଚିତ ଥିଲା । ଭାରତ ସ୍ବାଧୀନ ହେବା ପରେ ଭାରତୀୟ ଆର୍ମି ପ୍ରତିଷ୍ଠା ହୋଇଥିଲା ।

ସ୍ଥଳସେନା ଭାରତୀୟ ସୈନ୍ୟ ବାହିନୀର ସବୁଠାରୁ ବଡ ବାହିନୀ । ଭାରତର ତିନି ସେନାର ରାଷ୍ଟ୍ରପତି ମୁଖ୍ୟ ଥିବା ବେଳେ ସ୍ଥଳସେନାର ଦାୟିତ୍ବ ସେନାଧ୍ୟକ୍ଷ (ଚିଫ ଅଫ ଆର୍ମି ଷ୍ଟାଫ) ଦ୍ବାରା ପରିଚାଳିତ ହୋଇଥାଏ । ଦୁଇ ଜଣଙ୍କୁ ଫିଲ୍ଡ ମାର୍ସଲ ଉପାଧିରେ ସମ୍ମାନିତ କରାଯାଇଛି । ଭାରତୀୟ ସେନା ଇଷ୍ଟ ଇଣ୍ଡିଆ ସମୟରେ ଆରମ୍ଭ ହୋଇଥିଲା ।

ଭାରତୀୟ ଆର୍ମିର ଅନେକ ଗୌରବମୟ ଅଧ୍ୟାୟ ରହିଛି । ଦେଶର ସୁରକ୍ଷା ଓ ରାଷ୍ଟ୍ରର ଏକତା ଭାରତୀୟ ସେନାର ମୁଖ୍ୟ ଉଦ୍ଦେଶ୍ୟ । ଭାରତୀୟ ସେନା ବିଶ୍ବର ଦ୍ବିତୀୟ ବୃହତ୍ତମ ସ୍ଥଳସେନା ବାହିନୀ । ସ୍ଥଳସେନାରେ ୧,୨୩୭,୧୧୭ ଜଣ ଯବାନ ସକ୍ରିୟ ଥିବା ବେଳେ ୯୬୦,୦୦୦ ରିଜର୍ଭ ରହିଛି ।

Intro:Body:

BLANK FOR LINK 

Conclusion:
Last Updated : Jan 15, 2020, 1:27 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.