ETV Bharat / bharat

ପରୀକ୍ଷା ଆୟୋଜନ ସ୍ଥିତି ସମ୍ପର୍କରେ ୟୁଜିସିକୁ ସୂଚନା ଦେଲେ 755ଟି ବିଶ୍ବବିଦ୍ୟାଳୟ - 755 ବିଶ୍ବବିଦ୍ୟାଳୟ

ପରୀକ୍ଷା ଆୟୋଜନ ସ୍ଥିତିକୁ ନେଇ 755ଟି ବିଶ୍ବବିଦ୍ୟାଳୟ ୟୁନିଭରସିଟି ଗ୍ରାଣ୍ଟ କମିଶନ(ୟୁଜିସି)କୁ ସୂଚନା ଦେଇଛନ୍ତି ।

_ugc
ପରୀକ୍ଷା ଆୟୋଜନ ସ୍ଥିତିକୁ ନେଇ ୟୁଜିସିକୁ ସୂଚନା ଦେଲେ 755 ବିଶ୍ବବିଦ୍ୟାଳୟ
author img

By

Published : Jul 18, 2020, 2:23 PM IST

ନୂଆଦିଲ୍ଲୀ: ପରୀକ୍ଷା ଆୟୋଜନ ସ୍ଥିତିକୁ ନେଇ ମୋଟ 755 ବିଶ୍ବବିଦ୍ୟାଳୟ ୟୁନିଭରସିଟି ଗ୍ରାଣ୍ଟ କମିଶନ(ୟୁଜିସି)କୁ ସୂଚନା ଦେଇଛନ୍ତି।ଗତ ଜୁଲାଇ 6ରେ, ୟୁଜିସି ଦେଶର ସମସ୍ତ ବିଶ୍ବବିଦ୍ୟାଳୟକୁ ଅନ୍ତିମ ପରୀକ୍ଷା ଆୟୋଜନ କରିବା ନିମନ୍ତେ ସଂଶୋଧିକ ଗାଇଡଲାଇନ ଜାରି କରିଥିଲେ ।

ଏହି 755 ୟୁନିଭରସିଟି ମଧ୍ୟରୁ 321 ରାଜ୍ୟ ବିଶ୍ବବିଦ୍ୟାଳୟ, 274 ଘରୋଇ ,120 ଡିମ୍ଡ, 40 କେନ୍ଦ୍ରୀୟ ବିଶବବିଦ୍ୟାଳୟ ରହିଥିବା ୟୁଜିସି କହିଛି । ଏହି ସମସ୍ତ ବିଶ୍ବବିଦ୍ୟାଳୟରୁ 566 ବିଶ୍ବବିଦ୍ୟାଳୟ ପରୀକ୍ଷା ସାରିଥିବା ବେଳେ ଅନ୍ୟ ବିଶ୍ବବିଦ୍ୟାଳୟ ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ପରୀକ୍ଷା କରିବା ନେଇ ଯୋଜନା କରୁଛନ୍ତି ।

ୟୁଜିସି କହିଛି ଯେ, ରେସପଣ୍ଡାଣ୍ଟଙ୍କ ମଧ୍ୟରୁ 27 ଘରୋଇ ବିଶ୍ୱବିଦ୍ୟାଳୟ ସାମିଲ ଅଛି । ସେମାନଙ୍କ ମଧ୍ୟରୁ କେତେକ ଆୟୋଗକୁ ସୂଚନା ଦେଇଛନ୍ତି ଯେ,ସେମାନଙ୍କର ପ୍ରଥମ ବ୍ୟାଚ୍ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ପରୀକ୍ଷା ପାଇଁ ଯୋଗ୍ୟ ହୋଇନାହାଁନ୍ତି।

ପ୍ରକାଶ ଥାଉକି, କୋରୋନା ମହାମାରୀ କାରଣରୁ ଗତ କିଛି ମାସ ହେବ ଦେଶର ବହୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.