ETV Bharat / bharat

70 ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଅଭିଯୁକ୍ତ ଗିରଫ

ମଧ୍ୟପ୍ରଦେଶରେ ଗୁରୁବାର ଜଣେ ବୃଦ୍ଧାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିବା ଘଟଣାର ଅଭିଯୁକ୍ତକୁ ଶୁକ୍ରବାର ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ...

70-yr old woman rape, murder case: Man arrested by MP police
70 ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ
author img

By

Published : Nov 20, 2020, 7:14 PM IST

ଭୋପାଳ: ରାଜ୍ୟର ଭିଦିଶା ଜିଲ୍ଲାରେ ଜଣେ 70 ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣାର ଅଭିଯୁକ୍ତକୁ ଶୁ୍କ୍ରବାର ମଧ୍ୟପ୍ରଦେଶ ପୋଲିସ ଗିରଫ କରିଥିବା ଏଡି଼ଜି ଉପେନ୍ଦ୍ର ଜୈନ ସୂଚନା ଦେଇଛନ୍ତି ।

ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ହେଉଛି ଓଲିଞ୍ଜା ଗ୍ରାମର ଅଧିବାସୀ 26 ବର୍ଷୀୟ ସୁରେନ୍ଦ୍ର ଓରଫ ଗୋଲୁ । ପୀଡିତାଙ୍କ ବୋହୂଙ୍କ କହିବା ଅନୁଯାୟୀ, ବୃଦ୍ଧା ପରିବା କ୍ଷେତ ଜଗିବା ପାଇଁ ପ୍ରତିଦିନ ରାତିରେ ସେଠାରେ ଶୋଇଥାନ୍ତି । ତେବେ ଗୁରୁବାର ସେ ଘରକୁ ନ ଫେରିବା ପରେ ସଂପର୍କୀୟ ଖୋଜାଖୋଜି କରି କ୍ଷେତରୁ ତାଙ୍କୁ ମୃତଦେହ ପାଇଥିଲେ । ପୀଡିତାଙ୍କ ସ୍ବାମୀ 40 ବର୍ଷ ପୂର୍ବରୁ ମୃତ୍ୟୁବରଣ କରିସାରିଥିବା ବେଳେ ତାଙ୍କର ତିନୋଟି ପୁଅ ଅଛନ୍ତି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ କରିଥିଲା । ତେବେ ଶୁକ୍ରବାର ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ଗତ 3 ବର୍ଷ ମଧ୍ୟରେ ଦୁଇ ଜଣ ମହିଳା ଓ ଜଣେ 65 ବର୍ଷୀୟ ବୃଦ୍ଧାଙ୍କୁ ଅସଦାଚରଣ କରିଥିବା ପୋଲିସ କହିଛି । ଅଭିଯୁକ୍ତ ଜଣକ ବୃଦ୍ଧାଙ୍କୁ କ୍ଷେତରେ ଏକୁଟିଆ ଅବସ୍ଥାରେ ପାଇ ଏଭଳି କାଣ୍ଡ ଘଟାଇଥିଲା । ବୃଦ୍ଧାଙ୍କ ପାଟି ବନ୍ଦ କରିବା ପାଇଁ ଅଭିଯୁକ୍ତ ତାଙ୍କ ପାଟିରେ ମାଟି କାଦୁଅ ଭର୍ତ୍ତି କରିଥିବା ପୋଲିସ ସୂ୍ତ୍ରରୁ ସୂଚନା ମିଳିଛି ।

ମଧ୍ୟପ୍ରଦେଶରେ ପୂର୍ବରୁ ମଧ୍ୟ 2010ରେ ଜଣେ ଶଯ୍ୟାଶାୟୀ ବୃଦ୍ଧା(108)ଙ୍କୁ ପୁଅର ସାଙ୍ଗ ଦୁଷ୍କର୍ମ କରିଥିବା ବେଳେ 2014 ମସିହାରେ ପଡୋଶୀଙ୍କ ଦ୍ବାରା 90 ବର୍ଷୀୟ ବୃଦ୍ଧା ଦୁଷ୍କର୍ମର ଶିକାର ହୋଇଥିବା ଘଟଣା ସାମନାକୁ ଆସିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.