ETV Bharat / bharat

ଆମେରିକାର ଧନୀବ୍ୟକ୍ତିଙ୍କ ତାଲିକାରେ 7 ଭାରତୀୟ ମୂଳବାସିନ୍ଦା - 7 ଭାରତୀୟ-ଆମେରିକୀୟ

ଫୋବର୍ସ ଆମେରିକାର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକା ଜାରି କରିଛି । ଆଉ ଏହି ତାଲିକାରେ ସାତଜଣ ଭାରତୀୟ ମୂଳବାସିନ୍ଦା ସ୍ଥାନ ପାଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଆମେରିକାର ଧନୀ ବ୍ୟକ୍ତିଙ୍କ ତାଲିକାରେ 2.59 ବିଲିୟନ ଡ଼ଲାର ସହିତ 339 ତମ ସ୍ଥାନରେ ରହିଛନ୍ତି । ଅଧିକ ପଢନ୍ତୁ...

ଆମେରିକାର ଧନୀ ବ୍ୟକ୍ତିଙ୍କ ତାଲିକାରେ 7 ଭାରତୀୟ-ଆମେରିକୀୟ

author img

By

Published : Sep 9, 2020, 5:51 PM IST

ୱାଶିଂଟନ: ଫୋବର୍ସ ଆମେରିକାର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକା ଜାରି କରିଛି । ଆଉ ଏହି ତାଲିକାରେ ସାତଜଣ ଭାରତୀୟ-ଅଆମେରିକୀୟ ସ୍ଥାନ ପାଇଛନ୍ତି। ସେମାନେ ହେଉଛନ୍ତି, ଜସ୍କେଲର ସିଇଓ ଜୟ ଚୌଧୁରୀ, ସିମ୍ପୋନି ଟେକ୍ନୋଲଜି ଗ୍ରୁପର ସଂସ୍ଥାପକ ଚେୟାରମ୍ୟାନ ରୋମେଶ ବାଧବାନୀ, ଓ୍ବେଫେୟରର ସିଇଓ ନୀରଜ ଶାହ, ଖୋସଲା ଭେଞ୍ଚର୍ସ ସଂସ୍ଥାପକ ବିନୋଦ ଖୋସଲା, ଶେରପାଲୋ ଭେଞ୍ଚର୍ସ ପାର୍ଟନର କବିତାର୍କ ରାମ ଶ୍ରୀରମ, ଏୟାରଲାଇନ୍ ଭେଟରନ୍ ରାକେଶ ଗଙ୍ଗବାଲ ଓ ୱାର୍କଡେ ସିଇଓ ଓ ସଂସ୍ଥାପକ ଅନୀଲ ଭୁସରି ସାମିଲ ଅଛନ୍ତି।

କ୍ରମାଗତ ତୃତୀୟ ବର୍ଷ ପାଇଁ ଆମାଜନ ମୁଖ୍ୟ ଜେଫ୍ ବେଜୋସ ପ୍ରଥମ ସ୍ଥାନରେ ରହିଛନ୍ତି । 2020 ତାଲିକାରେ ଆମେରିକାର 400 ଧନୀ ବ୍ୟକ୍ତି ମଧ୍ୟରେ ସେ ପ୍ରଥମ ସ୍ଥାନରେ ଅଛନ୍ତି । ସବୁଠୁ ଧନୀ ଆମାଜନର ସଂସ୍ଥାପକ ଓ ସିଇଓ ଜେଫ ବେଜୋସଙ୍କ ସମୁଦାୟ ସମ୍ପତି ୧୭୯ ବିଲିଅନ ଡଲାର। ବେଜୋସଙ୍କ ପରେ ବିଲ ଗେଟ୍ସଙ୍କ ସମ୍ପତ୍ତି 111 ବିଲିୟନ ଡଲାର ଅଟେ। ଫୋର୍ବସ୍ ଏହା ମଧ୍ୟ କହିଛି ଯେ 400 ଧନୀ ଆମେରିକୀୟ ଚଳିତ ବର୍ଷ ସେମାନଙ୍କର ସାମୂହିକ ସମ୍ପତ୍ତି 240 ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛନ୍ତି ।

ଫୋର୍ବସ୍ ତାଲିକାରେ ଥିବା ଅନ୍ୟ କେତେକ ନାମ ମଧ୍ୟରେ ଫେସବୁକ୍ ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ, ବର୍କଶିର୍ ହାଥୱେ ସିଇଓ ୱାରେନ୍ ବୁଫେଟ୍ ଏବଂ ଓରାକିଲ ସହ-ପ୍ରତିଷ୍ଠାତା ଲ୍ୟାରି ଏଲିସନ ଅଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଆମେରିକାର ଧନୀ ବ୍ୟକ୍ତିଙ୍କ ଫୋର୍ବସ୍ ତାଲିକାରେ ଅଛନ୍ତି। ଏହି ତାଲିକାରେ ସେ 2.59 ବିଲିୟନ ଡ଼ଲାର ସହିତ 339 ତମ ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.