ETV Bharat / bharat

‘ବିଜେପିର ସଦସ୍ୟତାରେ 7 କୋଟି ବୃଦ୍ଧି, 11 କୋଟି ହେବ 18 କୋଟି’ - ଜେପି ନଡ୍ଡା

ଏଥର ବିଜେପିର ସଦସ୍ୟତା 7 କୋଟି ବୃଦ୍ଧି ହେବାକୁ ଯାଉଛି । ଯାହା ଦଳର ସଂଗଠନକୁ ଆହୁରି ଅଧିକ ମଜବୁତ କରିବ।

ଫାଇଲ ଫଟୋ
author img

By

Published : Aug 30, 2019, 6:51 AM IST

ନୂଆଦିଲ୍ଲୀ: ବିଜେପି ସଦସ୍ୟତା ଅଭିଯାନକୁ ନେଇ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦୃଢୋକ୍ତି । ଚଳିତଥର ବିଜେପିର ସଦସ୍ୟତାରେ 7 କୋଟି ବୃଦ୍ଧି ହେବାକୁ ଯାଉଛି । 11 କୋଟି ସଦସ୍ୟଙ୍କ ସହ ନୂଆ ସଦସ୍ୟ ଯୋଡିହେବା ଫଳରେ ଏବେ ପାର୍ଟିର ସଦସ୍ୟ ସଂଖ୍ୟା 18 କୋଟିରେ ପରିଣତ ହେବାକୁ ଯାଉଛି ।

ପାର୍ଟି ଦାବି କରିଛି ଯେ ଜୁଲାଇ 6ରୁ ଅଗଷ୍ଟ 20 ପର୍ଯ୍ୟନ୍ତ ଚାଲିଥିବା ନୂତନ ସଦସ୍ୟ ସଂଗ୍ରହ ଅଭିଯାନ ଆଶାଠୁ ଅଧିକ ସଫଳ ହୋଇଛି । ପଶ୍ଚିମବଙ୍ଗ, ଜାମ୍ମୁ-କାଶ୍ମୀର ଓ ପୂର୍ବତଟ ରାଜ୍ୟରେ ସବୁଠୁ ଅଧିକ ନୂତନ ସଦସ୍ୟ ପାର୍ଟିରେ ସାମିଲ ହୋଇଛନ୍ତି । ପାର୍ଟି ପ୍ରୟାସ କରୁଛି ଯେ ଏହିସବୁ ସଦସ୍ୟଙ୍କୁ ଏବେ ସକ୍ରିୟ ସଦସ୍ୟ ଶ୍ରେଣୀକୁ ଆଣି ସଂଗଠନକୁ ଆହୁରି ଅଧିକ ମଜବୁତ କରିବ।

ସଦସ୍ୟତା ଅଭିଯାନରେ 5 କୋଟି 82 ଲକ୍ଷ 34 ହଜାର 242 ଲୋକ ବିଜେପିର ଅନଲାଇନ ମାଧ୍ୟମରେ ସଦସ୍ୟତା ନେଇଛନ୍ତି । 62 ଲକ୍ଷ 35 ହଜାର 967 ଲୋକେ ବିଜେପିରେ ଅଫଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରିଛନ୍ତି ।

ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଦାବି କରିଛନ୍ତି ଯେ ଜାମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ମାମଲାରେ ସରକାରଙ୍କ ଆଭିମୁଖ୍ୟର ପ୍ରଭାବ ସମଗ୍ର ଦେଶରେ ବହୁଳ ଭାବେ ଅନୁଭୂତ ହୋଇଛି । ନୂତନ ସଦସ୍ୟତା ଅଭିଯାନରେ ପୂର୍ବତନ ସୈନ୍ୟକର୍ମୀ, ବୁଦ୍ଧିଜୀବୀ, ଯୁବବର୍ଗଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପିକୁ ନେଇ ବହୁତ ଉତ୍ସାହ ଦେଖିବାକୁ ମିଳିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.