ଲକ୍ଷ୍ମୌ: ଦେଶରେ ମେ 19 ତାରିଖରେ ଅନ୍ତିମ ପର୍ଯ୍ୟାୟ ମତଦାନ ହେବାକୁ ଥିବାବେଳେ ବାରାଣାସୀ ଆସନ ନିର୍ବାଚନୀ ଲଢେଇର କେନ୍ଦ୍ରବିନ୍ଦୁ ସାଜିଛି ।
ଶେଷ ପର୍ଯ୍ୟାୟ ମତଦାନ ପାଇଁ ବାରଣାସୀ ଆସନ ଉପରେ ସମସ୍ତଙ୍କ ନଜର ରହିଛି । ସବୁ ପ୍ରମୁଖ ଦଳ ବାରଣାସୀକୁ ଆଖି ସାମ୍ନାରେ ରଖି ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି ।
ମେ 15 ତାରିଖରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବାରଣାସୀରେ ମେଗା ରୋଡସୋ ହେବାକୁ ଥିବାବେଳେ ମେ 16 ତାରିଖରୁ 19 ତାରିଖ ପ୍ରଧାନମନ୍ତ୍ରୀ ମୋଦି ନିଜ ସଂସଦୀୟ କ୍ଷେତ୍ରରେ ରହିବେ । ଅନ୍ୟପକ୍ଷରେ ସେହି ଦିନ ମେଣ୍ଟ ଦଳ ଗୁଡିକର ମିଳିତ ରାଲି ହେବାର କାର୍ଯ୍ୟକ୍ରମ ରହିଛି ।