ପାଟନା: ବିହାରର ମୁଜାଫରପୁରରେ ଦିନକୁ ଦିନ ବଢୁଛି ଚମକି ଜ୍ବର ମୃତ୍ୟୁ ସଂଖ୍ୟା । ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା 70ରେ ପହଞ୍ଚିଛି । ଏହି ରୋଗର ଶିକାର ହେଲେ ଶରୀରରୁ ରକ୍ତ ଶର୍କରା କମ ହେବାସହ ଇଲେକ୍ଟ୍ରୋଲାଇଟ ଅସନ୍ତୁଳିତ ହୋଇଯାଏ ।ମୁଜାଫାରପୁର ସରକାରୀ ଡାକ୍ତରଖାନାରେ 70 ଜଣଙ୍କ ମୃତ୍ୟୁ ଘଟିଲାଣି । ଏହାମଧ୍ୟରୁ ଗୋଟିଏ ହସ୍ପିଟାଲ ପରିଦର୍ଶନ କରିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ।
ସୂଚନା ଅନୁସାରେ, ଶୁକ୍ରବାର ସଂଧ୍ୟା 6ଟା ସୁଦ୍ଧା ଶ୍ରୀକୃଷ୍ଣ ମେଡିକାଲ କଲେଜରେ 6 ଜଣଙ୍କର ଏବଂ କେଜ୍ରିୱାଲ ହସ୍ପିଟାଲରେ 3 ଜଣଙ୍କର ମୃତ୍ୟୁଘଟିଛି । ବର୍ତ୍ତମାନ ମଧ୍ୟ କେଜରିଓ୍ବାଲ ହସ୍ପିଟାଲରେ ଆହୁରି 5ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା ପରେ ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ କହିଛନ୍ତି, ଶୁକ୍ରବାର ଠାରୁ ଅଧିକ 6ଟି ଆମ୍ବୁଲାନ୍ସ ଏବଂ ହସ୍ପିଟାଲରେ 100 ବେଡ ବିଶିଷ୍ଟ ନୂଆ ୱାର୍ଡ କରାଯିବ । ଏହାସହ ଏହି ରୋଗ ବିଷୟରେ ସ୍ଥାନୀୟ ଲୋକଙ୍କୁ ସରକାରଙ୍କ ପକ୍ଷରୁ ସଚେନତାନତାର ବାର୍ତ୍ତା ବଣ୍ଟାଯାଉଛି।