ETV Bharat / bharat

କୋରୋନା ପାଇଁ ବିମାନ ବାତିଲ, ଲଣ୍ଡନରେ ଫସିଲେ 63 ଭାରତୀୟ ଛାତ୍ର

author img

By

Published : Mar 21, 2020, 10:45 PM IST

ଭାରତକୁ ଫେରିବାକୁ ଥିବା 63 ଜଣ ଛାତ୍ର ଲଣ୍ଡନ ବିମାନବନ୍ଦରରେ ଅଟକିବା ପରେ ସେମାନଙ୍କୁ ଭାରତୀୟ ଦୂତାବାସରେ ରଖାଯାଇଛି । ଏହାପରେ ଭାରତକୁ ଫେରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଅଧିକ ପଢନ୍ତୁ...

63 indian students stranded at london heathrow airport due to corona outbreak
କୋରୋନା ପାଇଁ ବିମାନ ବାତିଲ, ଲଣ୍ଡନରେ ଫସିଲେ 63 ଛାତ୍ର

ନୂଆଦିଲ୍ଲୀ: ଭାରତକୁ ଫେରିବାକୁ ଥିବା 63 ଜଣ ଛାତ୍ର ଲଣ୍ଡନ ବିମାନବନ୍ଦରରେ ଅଟକିବା ପରେ ସେମାନଙ୍କୁ ଭାରତୀୟ ଦୂତାବାସରେ ରଖାଯାଇଛି । କୋରୋନା ପାଇଁ ଶେଷ ମୂହୁର୍ତ୍ତରେ ବିମାନ ବାତିଲ ହେବାପରେ ସେମାନେ ସେଠାରେ ଫସିରହିବା ସହ ଫେରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

ଭାରତକୁ ଫେରିବାକୁ ଥିବା ଛାତ୍ରମାନେ ଗତ 19 ତାରିଖ ପାଇଁ ଟିକେଟ ବୁକିଂ କରିଥିଲେ । ହେଲେ ବିମାନ ଛାଡିବାର କିଛି ସମୟ ପୂର୍ବରୁ ଭାରତରେ ବିଦେଶୀ ବିମାନ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଫଳରେ ଉଡାଣ ଭରିବାକୁ ଥିବା ବିମାନ ବାତିଲ ହୋଇଥିଲା । ଏହାପରେ ସେମାନେ 20 ତାରିଖରେ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିବା ପରେ ସେମାନଙ୍କୁ ଦୂତାବାସରେ ରଖାଯାଇଥିଲା । ହେଲେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ସେମାନେ ସେଠାରେ ଅଟକି ରହିଛନ୍ତି ।

ଅଟକି ରହିଥିବା ଛାତ୍ରମାନେ ଉତ୍ତରାଖଣ୍ଡ, କେରଳ, ଗୁଜୁରାଟ, ତାମିଲନାଡୁର ହୋଇଥିବା ଜଣାପଡିଛି । ସେହିପରି ଇଂଲଣ୍ଡରେ କୋରୋନାରେ ବର୍ତ୍ତମାନ ସୁଦ୍ଧା 150 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 1ହଜାର 5ଶହରୁ ଅଧିକ ପଜିଟିଭ ରହିଥିବା ନେଇ ସେଠାରେ ପଢୁଥିବା ଡେରାଡୁନର ଛାତ୍ର ସୌରଭ ସାଇନି ପ୍ରକାଶ କରିଛନ୍ତି । ସେହିପରି ସେମାନେ ଟ୍ବିଟର ମାଧ୍ୟମରେ ସରକାରଙ୍କୁ ଅବଗତ କରାଇବାକୁ ଚେଷ୍ଟା କରୁଥିବାବେଳେ ଏପର୍ଯ୍ୟନ୍ତ କୌଣସି ପ୍ରତ୍ୟୁତ୍ତର ମିଳିନାହିଁ ବୋଲି ସାଇନି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.