ETV Bharat / bharat

6 ବର୍ଷର ନାବାଳିକା ଦୁଷ୍କର୍ମ ପରେ ହତ୍ୟା, ଆଖୁ କ୍ଷେତରୁ ମିଳିଲା ମୃତଦେହ

ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ପିଲଭୀତ ଅଞ୍ଚଳରୁ । ତେବେ ଗତ କିଛିଦିନ ହେବ ନାବାଳିକା ଜଣକ ନିଖୋଜ ଥିବା ବେଳେ ଶନିବାର ଏକ ଆଖୁ କ୍ଷେତରୁ ତାର ମୃତଦେହ ମିଳିଛି । ଅଧିକ ଖବର ପଢନ୍ତୁ...

author img

By

Published : Nov 9, 2020, 10:29 AM IST

6 ବର୍ଷର ନାବାଳିକା ଦୁଷ୍କର୍ମ ପରେ ହତ୍ୟା, ଆଖୁ କ୍ଷେତରୁ ମିଳିଲା ମୃତଦେହ
6 ବର୍ଷର ନାବାଳିକା ଦୁଷ୍କର୍ମ ପରେ ହତ୍ୟା, ଆଖୁ କ୍ଷେତରୁ ମିଳିଲା ମୃତଦେହ

ଲକ୍ଷ୍ନୌ: ବଢୁଛି ଦୁଷ୍କର୍ମ, ଅସୁରକ୍ଷିତ ନାରୀ । ବାରମ୍ବାର ଏଭଳି ଘଟଣା ମନକୁ ବ୍ୟଥିତ କରୁଥିବା ବେଳେ ସୁଧୁରୁ ନାହାଁନ୍ତି ନରଲୋଭୀ ମଣିଷ । ବୟସର ସରହଦ ଭୁଲି ଘଟଣାଉଛନ୍ତି ଅଭାବନୀୟ କାଣ୍ଡ । ବର୍ତ୍ତମାନ ସେମିତି ଏକ ଘଟଣା ସାମ୍ମନାକୁ ଆସିଛି ଉତ୍ତରପ୍ରଦେଶର ପିଲଭୀତ ଅଞ୍ଚଳରୁ । ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା । ତେବେ ଗତ କିଛିଦିନ ହେବ ନାବାଳିକା ଜଣକ ନିଖୋଜ ଥିବା ବେଳେ ଶନିବାର ଏକ ଆଖୁ କ୍ଷେତରୁ ତାର ମୃତଦେହ ମିଳିଛି । ଶିଶୁଟିର ବେକରେ ଚିହ୍ନ ରହିଥିଲା ବେଳେ ​​ଏବଂ ହତ୍ୟା ପୂର୍ବରୁ ତାକୁ ଦୁଷ୍କର୍ମ କରାଯାଇଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ, ନାବାଳିକା ଜଣକ ନଭେମ୍ବର 6 ତାରିଖ ସନ୍ଧ୍ୟାରେ ଏକ ଧାର୍ମିକ କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ମାଡୋ ଟାଣ୍ଡା ପୋଲିସ ଷ୍ଟେସନ ପରିସରରେ ଥିବା ତାଙ୍କ ଗାଁ ଘରୁ ନିଖୋଜ ହୋଇ ଯାଇଥିଲେ । ଏହା ପରେ ନାବାଳିକାର ପରିବାର ସଦସ୍ୟମାନେ ଅପହରଣ ମାମଲା ରୁଜୁ କରିଥିବା ପୋଲିସ କହିଛି ।

ପରଦିନ ସକାଳେ ଶିଶୁର ମୃତଦେହ ସେହି ଅଞ୍ଚଳର ଏକ ଆଖୁ କ୍ଷେତରେ ମିଳିଥିଲା, ପରେ ଏହାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ତେବେ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ଶିଶୁଟିକୁ ପ୍ରଥମେ ଦୁଷ୍କର୍ମ ଓ ପରେ ଓ ହତ୍ୟା କରାଯାଇଥିଲା । ସେପଟେ ପୋଲିସ ପଚରାଉଚରା ପାଇଁ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ଯୁବକ ଜଣକ କ୍ରାଇମବ୍ରାଞ୍ଚ ନିକଟରେ ଥିବା କୁହାଯାଉଛି ଏବଂ ଆଖୁ କ୍ଷେତରୁ ତାର ଚପଲ ମିଳିଥିବା ଏସପି କହିଛନ୍ତି ।

ଏହି ସମୟରେ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଇଥିବା ପୂର୍ବତନ ରାଜ୍ୟ ମନ୍ତ୍ରୀ ହେମରାଜ ବର୍ମା ଅଭିଯୋଗ ଆଣିଛନ୍ତି ଯେ, ପୋଲିସ ଜୋର ଜବରଦସ୍ତ ଶିଶୁର ମୃତଦେହକୁ ବ୍ୟବଚ୍ଛେଦ କରିବାକୁ ଉଦ୍ୟମ କରୁଛି । ପୀଡିତାଙ୍କ ମା କହିଛନ୍ତି ଯେ, ସେମାନଙ୍କୁ ସହାୟତା ନମିଳିବା ପର୍ଯ୍ୟନ୍ତ ସେମାନେ ଶେଷ ରୀତିନୀତି କରିବେ ନାହିଁ । କିନ୍ତୁ ପୋଲିସ ମୃତଦେହକୁ ଦାହ କରିବାକୁ ଚାହୁଁଥିଲା । ଯାହା ରାଜ୍ୟରେ ଜଙ୍ଗଲ ରାଜ୍ ନିଶ୍ଚିତ କରୁଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.