ETV Bharat / bharat

ନକ୍ସଲ ସଂଗଠନ ବିଭାଜନ ଘଟଣାରେ 6 ନକ୍ସଲ ମୃତ - ଛତିଶଗଡରେ ପାରସ୍ପରିକ ବିବାଦ

ନକ୍ସଲ ସଂଗଠନରେ ବିଭାଜନ ଏବଂ ଛତିଶଗଡରେ ପାରସ୍ପରିକ ବିବାଦ ପରେ ନକ୍ସଲମାନେ ପରସ୍ପରକୁ ହତ୍ୟା କରୁଛନ୍ତି। 30 ଦିନ ମଧ୍ୟରେ ସଂଗଠନରେ ହୋଇଥିବା ଏହି ଅଶାନ୍ତିରେ 6 ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି ।

ନକ୍ସଲ ସଂଗଠନ ବିଭାଜନ ଘଟଣାରେ 6 ନକ୍ସଲ ମୃତ
ନକ୍ସଲ ସଂଗଠନ ବିଭାଜନ ଘଟଣାରେ 6 ନକ୍ସଲ ମୃତ
author img

By

Published : Oct 8, 2020, 3:05 PM IST

ରାୟପୁର: ନକ୍ସଲ ଗୋଷ୍ଠୀ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଛି । ନକ୍ସଲ ସଂଗଠନରେ ବିଭାଜନ ଏବଂ ଛତିଶଗଡରେ ପାରସ୍ପରିକ ବିବାଦ ପରେ ନକ୍ସଲମାନେ ପରସ୍ପରକୁ ହତ୍ୟା କରୁଛନ୍ତି। 30 ଦିନ ମଧ୍ୟରେ ସଂଗଠନରେ ହୋଇଥିବା ଏହି ଅଶାନ୍ତିରେ 6 ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି । ଏହି 6 ଜଣ ନକ୍ସଲଙ୍କ ମଧ୍ୟରେ ପୋଡିୟମ୍ ବିଜୟ ନାମକ ଏକ ନକ୍ସଲାଇଟ୍ ମଧ୍ୟ ସାମିଲ ଥିଲା ।

ଏହାଛଡା ନିରୀହ ଗ୍ରାମବାସୀ ଏବଂ ସରକାରୀ କର୍ମଚାରୀମାନଙ୍କୁ ମଧ୍ୟ ଏହି ନକ୍ସଲମାନେ ଟାର୍ଗେଟ କରୁଛନ୍ତି। ଗତ 60 ଦିନ ମଧ୍ୟରେ 10 ରୁ ଅଧିକ ନିରୀହ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି। ଏହି ତାଲିକାରେ ବନ ବିଭାଗର ଅଧିକାରୀ ଏବଂ ସରପଞ୍ଚଙ୍କ ନାମ ଅନ୍ତର୍ଭୁକ୍ତ ରହିଛି । ଛତିଶଗଡ ରାଜ୍ୟପାଳ ଅନୁସ୍ବୟା ଉଇକେ ମଧ୍ୟ ଗୃହମନ୍ତ୍ରୀ ତାମ୍ରଦ୍ୱାଜ ସାହୁଙ୍କୁ ଲେଖିଥିବା ଚିଠି ମାଧ୍ୟମରେ ଏହି ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି।

ବଢୁଥିବା ଅସ୍ଥିରତା ପରେ ରାଜ୍ୟପାଳ ମଧ୍ୟ ଏହି ନକ୍ସଲ ଘଟଣାର ସମୀକ୍ଷା ବୈଠକ ଡାକିଛନ୍ତି ଏବଂ ଗୃହ ବିଭାଗର ଉଚ୍ଚ ପଦାଧିକାରୀମାନେ ମଧ୍ୟ ଏହି ବୈଠକରେ ଯୋଗଦେବେ ବୋଲି ଆଶା କରାଯାଉଛି।

ବସ୍ତର ଆଇଜି ସୁନ୍ଦରରାଜ ପି ସୂଚନା ଦେଇଛନ୍ତି ଯେ, ସ୍ଥାନୀୟ ତଥା ବାହାର ନକ୍ସଲ ସଂଗଠନ ମଧ୍ୟରେ ଆଭ୍ୟନ୍ତରୀଣ ବିବାଦର ରିପୋର୍ଟ ମଧ୍ୟ ଅତୀତରେ ବିଦ୍ୟମାନ ଥିଲା। ଏଥିସହ ସେ କହିଛନ୍ତି ସେମାନଙ୍କ ସାଥୀଙ୍କ ଦ୍ୱାରା ହତ୍ୟା କରାଯାଇଥିବା 6 ଜଣ ନକ୍ସଲଙ୍କ ମଧ୍ୟରେ ପୋଡିୟମ୍ ବିଜୟ, କମଲୁ, ପୁନମ୍, ସନ୍ଦୀପ, ସାନ୍ତୋଷ ହେମଲା ଏବଂ ଦଶମୀ ମାଣ୍ଡବୀଙ୍କ ନାମ ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.