ETV Bharat / bharat

ଆଗ୍ରାର 6 କୋରୋନା ଆକ୍ରାନ୍ତ ତବଲିଗୀ ଜମାତ ଫେରନ୍ତା - ଆଗ୍ରା କୋରୋନା ନ୍ୟୁଜ୍

ଦିଲ୍ଲୀର ତବଲିଗୀ ଜମାତ (ଧାର୍ମିକ ଆସ୍ଥାର ପ୍ରସାର ପାଇଁ ଗଠିତ ସମାଜ) ସମାରୋହରେ ଯୋଗ ଦେଇଥିବା ଆଗ୍ରାର 28 ଲୋକଙ୍କ ମଧ୍ୟରୁ 6 ଜଣଙ୍କ ରିପୋର୍ଟ ପଜେଟିଭ ଆସିଛି ।

corona news
ଆଗ୍ରାର 6 କୋରୋନା ଆକ୍ରାନ୍ତ ତବଲିଗୀ ଜମାତ ଫେରନ୍ତା
author img

By

Published : Apr 3, 2020, 10:15 AM IST

ଲକ୍ଷ୍ନୌ: ଆଗ୍ରାରେ 6 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଦିଲ୍ଲୀର ତବଲିଗୀ ଜମାତ (ଧାର୍ମିକ ଆସ୍ଥାର ପ୍ରସାର ପାଇଁ ଗଠିତ ସମାଜ) ସମାରୋହରେ ଯୋଗ ଦେଇଥିବା ଆଗ୍ରାର 28 ଲୋକଙ୍କ ମଧ୍ୟରୁ 6 ଜଣଙ୍କ ରିପୋର୍ଟ ପଜେଟିଭ ଆସିଛି । ଏହାକୁ ମିଶାଇ ଆଗ୍ରାରେ 10 ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ସୂଚନା ଅନୁଯାୟୀ, ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ତବଲିଗୀ ଜମାତ ସମାରୋହରେ ଆଗ୍ରାର 28 ଜଣ ଲୋକ ଯୋଗ ଦେଇଥିଲେ । 28 ଜଣଙ୍କ ଲୋକଙ୍କ ରକ୍ତ ନମୂନା ମଧ୍ୟରୁ 6 ଜଣ ଲୋକଙ୍କ ରିପୋର୍ଟରେ କୋରୋନା ପଜେଟିଭ ଆସିଥିବା ଆଗ୍ରା ଜିଲ୍ଲାପାଳ ପ୍ରଭୁ ଏନ ସିଂ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ବର୍ତ୍ତମାନ କୋରୋନାକୁ ନେଇ ଦେଶର ସ୍ଥିତି ସଙ୍ଗୀନ ଅବସ୍ଥାରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଳାୟର ସୂଚନା ଅନୁଯାୟୀ ବର୍ତ୍ତମାନ ଭାରତରେ 2069 କୋରୋନା ଆକ୍ରାନ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ 1860 ଆକ୍ଟିଭ ଏବଂ156 ସୁସ୍ଥ ଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.