ETV Bharat / bharat

ଓପୋ ମୋବାଇଲ କମ୍ପାନୀର 6 କର୍ମଚାରୀ କୋରୋନା ଆକ୍ରାନ୍ତ

ଗ୍ରେଟର ନୋଏଡା ସ୍ଥିତ ଓପୋ ମୋବାଇଲ କମ୍ପାନୀର 6 ଜଣ କର୍ମଚାରୀ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଏହି ଖବର ଜଣାପଡିବା ପରେ କମ୍ପାନୀକୁ ବନ୍ଦ କରାଯାଇଛି ।

author img

By

Published : May 18, 2020, 2:20 PM IST

oppo campany
ଓପୋ କମ୍ପାନୀର 6 କର୍ମଚାରୀ କୋରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଓପୋ ମୋବାଇଲ କମ୍ପାନୀର 6 କର୍ମଚାରୀ କୋରୋନା ଆକ୍ରାନ୍ତ । ଗ୍ରେଟର ନୋଏଡା ସ୍ଥିତ ଓପୋ କମ୍ପାନୀର 6 ଜଣ କର୍ମଚାରୀ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଏହି ଖବର ଜଣାପଡିବା ପରେ କମ୍ପାନୀକୁ ବନ୍ଦ କରାଯାଇଛି ।

ଏପଟେ ନେଗେଟିଭ ରିପୋର୍ଟ ଆସିଥିବା କର୍ମଚାରୀମାନଙ୍କୁ ସମସ୍ତ ସୁରକ୍ଷା ପ୍ରୋଟୋକଲ୍ ଅନୁସରଣ କରି ଅଫିସ୍ ପୁନଃ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି । କର୍ମଚାରୀମାନଙ୍କୁ ସୁରକ୍ଷିତ ରଖିବା ସହ ଅଫିସ ପରିସରକୁ ସଫାସୁତୁରା ରଖିବାକୁ କଠୋର ପଦକ୍ଷେପ ନେଉଛୁ ବୋଲି ଓପୋ ଇଣ୍ଡିଆ କହିଛନ୍ତି ।

ଏକ ସଂଗଠନ ଭାବରେ ସମସ୍ତ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆମେ ଗ୍ରେଟର ନୋଏଡାର ସମସ୍ତ ଉତ୍ପାଦନ କାର୍ଯ୍ୟକୁ ସ୍ଥଗିତ ରଖିଛୁ ଏବଂ 3000ରୁ ଉର୍ଦ୍ଧ୍ବ କର୍ମଚାରୀଙ୍କ କୋରୋନା ପରୀକ୍ଷା ଆରମ୍ଭ କରିଛୁ । ଯାହାର ଫଳାଫଳ ଆସିବା ଆପେକ୍ଷା ଥିବା କହିଛନ୍ତି ଓପୋ ଇଣ୍ଡିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.